Latest Odisha News

ଭୂମିକମ୍ପରେ ଥରିଲା ଚୀନ; ତୀବ୍ରତା ୫.୧

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦକ୍ଷିଣ-ପଶ୍ଚିମ ଚୀନରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।

ଯଦିଓ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ପୂର୍ବରୁ ପ୍ରବଳ ବନ୍ୟାରେ ଜର୍ଜରିତ ନେପାଳରେ ମଧ୍ୟ ଗୁରୁବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଚୀନ୍ ଭୂମିକମ୍ପ ପରେ ସ୍ତର ୪ ସତର୍କତା ଜାରି କରାଯାଇଛି। ଭାରତୀୟ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସକାଳ ୧୦:୪୯ରେ ମଣିପୁରରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ମାପ କରାଯାଇଥିଲା। ଦୁଇଟି ଭୂମିକମ୍ପ ଏବଂ ଗ୍ଲେସିୟର ଫାଟିବା ଯୋଗୁ ହିମାଳୟ ଅଞ୍ଚଳରେ ସଙ୍କଟକୁ ଆହୁରି ବୃଦ୍ଧି କରିଛି। ନେପାଳ ବିପର୍ଯ୍ୟୟ ଯୋଗୁ ୪୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି ଏବଂ ହଜାର ହଜାର ଲୋକ ନିଖୋଜ ଅଛନ୍ତି।

ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ, ନେପାଳ-ତିବ୍ଦତ ସୀମାରେ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ବଡ଼ ବିସ୍ଫୋରଣ। ଏହା ପରେ ନେପାଳରେ ଧ୍ୱଂସ ଲୀଳା ପୁଣିଥରେ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ନଦୀଗୁଡ଼ିକରେ ଜଳସ୍ତର ପାଞ୍ଚ ଗୁଣ ବୃଦ୍ଧି ପାଇପାରେ। ଫଳସ୍ୱରୂପ ଉଦ୍ଧାରକାରୀମାନଙ୍କୁ ପ୍ରାୟ ଏକ କିଲୋମିଟର ପଛକୁ ହଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ରାସୁଆରେ ଉଦ୍ଧାର କାର୍ଯ୍ୟ ଦେଢ଼ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.