ପାରାଦୀପ: ଓଡ଼ିଶା ଉପକୂଳରେ ଜାହାଜ ଏମ୍ ଭି ଓସେନ୍ ଓ୍ବିନର ବୁଡିବା ଘଟଣାରେ ଛାତିଥରା କାହାଣୀ କହିଲେ ଉଦ୍ଧାର ୨ କ୍ରୀୟୁ ସଦସ୍ୟ।
ଉଦ୍ଧାର କ୍ରୀୟୁ ସଦସ୍ୟଙ୍କ କହିବାନୁଯାୟୀ, ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା ଜାହାଜ। ୨୪ ଜଣ କ୍ରୀୟୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୦ ଜଣ ହିଁ ଜାହାଜରୁ ବାହାରି ପାଣିକୁ ଡେଇଁପାରିଥିଲେ। ଯାହାର ପ୍ରାୟ ୨୦ ଘଣ୍ଟା ପରେ ଦୁଇଜଣଙ୍କୁ ଉଦ୍ଧାର କରିଥିଲା ଭାରତ ଆସୁଥିବା ଏକ ତୈଳ ଜାହାଜ। ଯେତେବେଳେ କି ୧୪ ଜଣ କ୍ରୀୟୁ ସଦସ୍ୟ ରହିଯାଇଥିଲେ ଜାହାଜ ଭିତରେ। ପରେ ସେମାନଙ୍କୁ ଉଦ୍ଧାର କରି କୋଷ୍ଟଗାର୍ଡର ଜାହାଜ “ଭରଦ”କୁ ହସ୍ତାନ୍ତର କରିଥିଲା।
ତଦନ୍ତ ସମୟରେ ଉଦ୍ଧାର ହୋଇଥିବା ଦୁଇ କ୍ରୀୟୁ ସଦସ୍ୟ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ପାରାଦୀପରେ ପହଞ୍ଚିଥିବା ଜଣେ ଭାଷା ଅନୁବାଦକ, ଦୁଇଜଣ କନସୋଲେଟର, ଜଣେ ଆଡଭୋକେଟ୍ ଙ୍କ ସମ୍ମୁଖରେ ବିଭିନ୍ନ ଭାରତୀୟ ତଦନ୍ତକାରୀ ସଂସ୍ଥା ସମ୍ମୁଖରେ ସେହି ଛାତିଥରା ଦୁର୍ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ଏବେ ବି ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଜାହାଜଟି ପାରାଦୀପ ଛାଡ଼ିବା ପରେ ପାରାଦ୍ଵୀପ ଠାରୁ ୨୩୦ ନଟିକାଲ ମାଇଲ ଦୂରରେ ଏମ୍ ଭି ଓସେନ୍ ଓ୍ବିନର ହଠାତ୍ ବୁଡିଯାଇଥିଲା। ତେବେ ବୁଡିବାର ମୁଖ୍ୟ କାରଣ ହେଉଛି ସମୁଦ୍ରରେ ଉଚ୍ଚ ରୋଲିଂ ଯୋଗୁଁ ଜାହାଜ ଭାରସାମ୍ୟ ରକ୍ଷା କରି ପାରି ନଥିଲା। ଗୋଟିଏ ପଟକୁ ଜାହାଜ ଢଳିବା ସହିତ ଖୁବ୍ କମ୍ ସମୟ ମଧ୍ୟରେ ଏହା ବୁଡିଯାଇଥିଲା। ଫଳରେ ଜାହାଜ ର ୧୦ ଜଣ କ୍ରୀୟୁ ସଦସ୍ୟ ହିଁ ବାହାରକୁ ଆସି ପାରିଥିଲେ। ଅନ୍ୟ ୧୪ ଜଣ ଜାହାଜ ମଧ୍ୟରେ ଫସି ରହିଯାଇଥିବା ନେଇ ଉଭୟ କ୍ରୀୟୁ ସଦସ୍ୟ ପ୍ରକାଶ କରିଛନ୍ତି।

