Latest Odisha News

BREAKING NEWS

Similipal Tigress Zeenat:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର;ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ

ଭୁବନେଶ୍ବର:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର। ବାଘୁଣୀ ‘ଜିନ୍ନତ୍’ ଶିମିଳିପାଳ ଜଙ୍ଗଲରେ ନିଜର ସ୍ଥାନ ସଫଳତାର ସହ ସ୍ଥାପନ କରିବା ସହ ସନ୍ତାନ ଜନ୍ମ କରିଛି। ବାଘୁଣୀ ଏବଂ ତା’ର ଛୁଆମାନେ ସଫଳତାର ସହ ଜଙ୍ଗଲରେ ବଢୁଥିବାରୁ ଏବଂ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ ଏହାକୁ ନିୟମିତ ଟ୍ରାକ୍ କରିବା ଆବଶ୍ୟକ ନାହିଁ ବୋଲି ବନ୍ୟପ୍ରାଣୀ ଅଧିକାରୀମାନେ ମତ ଦେଇଛନ୍ତି। ମହାରାଷ୍ଟ୍ରର ତାଡ଼ୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିଲା ବାଘୁଣୀ ‘ଜିନ୍ନତ୍’।

ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବାଘୁଣୀ ଜିନ୍ନତ୍ ବେକରୁ ରେଡିଓ କଲରକୁ ବାହାର କରାଯିବ। ଟ୍ରାଙ୍କୁଲାଇଜେସନ୍ ବା ବେହୋସ୍ ନକରି ଦୂରରୁ ଟେକ୍ନୋଲୋଜି ମାଧ୍ୟମରେ ଏହି ରେଡିଓ କଲରକୁ ଅପସାରଣ କରାଯିବ ।

ପ୍ରଥମ ପର୍ୟ୍ୟାୟ ବାଘ ସଂରକ୍ଷଣର ସଫଳତା ପରେ ବନ ବିଭାଗ ଦ୍ୱିତୀୟ ପର୍ୟ୍ୟାୟରେ କେନ୍ଦ୍ରୀୟ ଭାରତରୁ ଆଉ ଏକ ଯୋଡ଼ା ବାଘ ଆଣିବା ପାଇଁ ଯୋଜନା କରୁଛି ।

Leave A Reply

Your email address will not be published.