Latest Odisha News

BREAKING NEWS

ବୈଭବ ସୂର୍ଯ୍ୟବଂଶୀ ହେଲେ ଇଷ୍ଟ ଜୋନ୍‌ର ଅଧିନାୟକ

ଭୁବନେଶ୍ୱର : ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲ ମ୍ୟାଚ୍ ବେଳେ ଇଷ୍ଟ ଜୋନ୍ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ନିୟମିତ ଅଧିନାୟକ ଇଶାନ କିଷାନ ଆହାତ ହୋଇ ଥିବା କାରଣରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ହଠାତ୍ ଇଷ୍ଟ ଜୋନ୍‌ର ଅଧିନାୟକତ୍ୱ ଭାର ପ୍ରଦାନ କରାଯାଇଛି।

ସେଣ୍ଟ୍ରାଲ ଜୋନ୍ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମୁକାବିଲା ଚାଲିଥିବା ବେଳେ ଇଶାନ କିଷାନ ଆହାତ ହୋଇଥିବା ନେଇ ସୂଚନା ମିଳିଥିଲା। ଏହା ପରେ ଦଳ ବୈଭବଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଦଳର କମାଣ ସମ୍ଭାଳିବାକୁ ଦାୟିତ୍ୱ ଦେଇଛନ୍ତି। ଏତେ କମ୍ ବୟସରେ ଏକ ସିନିୟର ଘରୋଇ ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ନେତୃତ୍ୱ ନେବା କ୍ରିକେଟ ଇତିହାସରେ ଏକ ବିରଳ ଘଟଣା।

ବୈଭବ ସୂର୍ଯ୍ୟବଂଶୀ ନିଜର ଚିତ୍ତାକର୍ଷକ ବ୍ୟାଟିଂ ଶୈଳୀ ପାଇଁ ପୂର୍ବରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଥିବା ବୈଭବଙ୍କ ପାଇଁ ଏହି ଦୁଲୀପ ଟ୍ରଫି ସେମିଫାଇନାଲ ମାତ୍ର ଦ୍ୱିତୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍। ତେବେ ଏହି ବଡ଼ ମଞ୍ଚରେ ଅଧିନାୟକ ଭାବେ ନିଜକୁ ସାବ୍ୟସ୍ତ କରିବା ସହ ଇଷ୍ଟ ଜୋନ୍‌କୁ ଫାଇନାଲରେ ପହଞ୍ଚାଇବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ଓ ସୁଯୋଗ ପାଲଟିଛି।

Leave A Reply

Your email address will not be published.