Latest Odisha News

BREAKING NEWS

ଅନ୍ତର୍ଜାତୀୟ ଫୁଟବଲ୍‌କୁ ଅଲ୍‌ବିଦା କହିଲେ ଲିଓନେଲ ମେସି: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ମହାନତମ ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ ଅବସର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ୨୦୨୬ ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ସ୍ପେନ୍‌ ନିକଟରୁ ପରାଜୟର କିଛି ମାସ ପରେ, ୩୯ ବର୍ଷୀୟ ମେସି ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ହାତଲେଖା ଚିଠି ଶେୟାର କରି ଏହି ଭାବବିହ୍ୱଳ ନିଷ୍ପତ୍ତି ନେଇଛନ୍ତି । ୨୦୦୫ରେ ଆର୍ଜେଣ୍ଟିନା ଜାତୀୟ ଦଳ ପାଇଁ ମେସି ଡେବ୍ୟୁ କରିଥିଲେ । ଅବସର ନେଇ ମେସି ନିଜ ଚିଠିରେ ଲେଖିଛନ୍ତି: “ଫାଇନାଲ୍ ମ୍ୟାଚ୍‌ ପରଠାରୁ ଦୀର୍ଘ ଦିନ ଧରି ଚିନ୍ତା କରିବା ପରେ, ମୁଁ ଜାତୀୟ ଦଳରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ମୋ ହୃଦୟକୁ ଗଭୀର ଆଘାତ ଦେଉଛି, କିନ୍ତୁ ମୁଁ ଜାଣିଛି ଯେ ଅଲ୍‌ବିଦା କହିବାର ଏହା ହିଁ ସଠିକ୍ ସମୟ ।”

“ମୁଁ ସଦାସର୍ବଦା ଏହି ଜର୍ସି ପାଇଁ ନିଜର ଶତପ୍ରତିଶତ ଦେଇଛି । ମୋ ପାଖରେ ଆଉ ଦେବାକୁ କିଛି ନାହିଁ । ଏବେ ଅନେକ ପ୍ରତିଭାବାନ ଯୁବ ଖେଳାଳି ଆସୁଛନ୍ତି, ଯେଉଁମାନେ ଏଠାରେ ଖେଳିବା ପାଇଁ ଯୋଗ୍ୟ । ବିଗତ ୨୦ ବର୍ଷର ଭଲପାଇବା ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ । ମେସି ନିଜ କ୍ୟାରିୟରରେ ମୋଟ ୬ଟି ବିଶ୍ୱକପ ଖେଳିଛନ୍ତି । କାତାର୍‌ରେ ଅନୁଷ୍ଠିତ ୨୦୨୨ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାକୁ ଚାମ୍ପିଅନ୍ କରାଇ ନିଜର ସ୍ୱପ୍ନ ପୂରଣ କରିଥିଲେ ।  ୨୦୨୬ ବିଶ୍ୱକପ୍‌ରେ ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ନେଇଥିଲେ, ଯେଉଁଠାରେ ଆର୍ଜେଣ୍ଟିନା ସ୍ପେନ୍‌ ନିକଟରୁ ପରାଜିତ ହୋଇଥିଲା । ଜାତୀୟ ଦଳରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ମେସି ଆମେରିକାର ଇଣ୍ଟର ମିଆମି  କ୍ଲବ୍‌ ପାଇଁ ନିଜର ବ୍ୟବସାୟିକ କ୍ଲବ୍ ଫୁଟବଲ୍ ଖେଳିବା ଜାରି ରଖିବେ । ଇଣ୍ଟର ମିଆମି ସହ ତାଙ୍କର ୨୦୨୮ ପର୍ଯ୍ୟନ୍ତ ଚୁକ୍ତି ରହିଛି ।

Leave A Reply

Your email address will not be published.