Latest Odisha News

BREAKING NEWS

ସ୍ୱାୟତ୍ତ ଶାସନ ଦିବସ: ୨୮ଟି ULB ପାଇଁ ୫୬୦ କୋଟି ଘୋଷଣା

ଭୁବନେଶ୍ୱର: ଆଜି ହେଉଛି ସ୍ୱାୟତ୍ତ ଶାସନ ଦିବସ। ସହରାଞ୍ଚଳ ବିକାଶ, ନାଗରିକ ସେବା ଓ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍‌ଏସି ଗୁଡ଼ିକରେ ଏହି ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳନ କରାଯାଏ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏହି ଅବସରରେ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ୨୮ଟି ନୂତନ ଅର୍ବାନ ଲୋକାଲ ବଡି ପାଇଁ ୫୬୦ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକ, ଭୁବନେଶ୍ୱର, ପୁରୀ ଓ ପାରାଦୀପକୁ ନେଇ ଗ୍ରେଟର୍ ଭୁବନେଶ୍ୱର ଲକ୍ଷ୍ୟ ରଖାଯାଇଛି। ଗ୍ରେଟର୍ ହାଇଦ୍ରାବାଦ ଢାଞ୍ଚାରେ ଗ୍ରେଟର୍ ଭୁବନେଶ୍ୱର ଲକ୍ଷ୍ୟ ରଖାଯାଇଛି। ସେହିପରି ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ଆମ ସରକାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ULBକୁ ୨୦ କୋଟି ଟଙ୍କା ଲେଖାଏଁ ଦିଆଯିବ।

ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସଫେଇ କର୍ମଚାରୀ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯିବ। ଏହା ସହିତ ନୂତନ ପାନୀୟ ଜଳ ପ୍ରକଳ୍ପ, ସ୍ୱରେଜ୍ ବ୍ୟବସ୍ଥା, ଡ୍ରେନେଜ୍‌, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ଭଳି ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବ। ସହରାଞ୍ଚଳ ବାସିନ୍ଦାଙ୍କ ନିକଟରେ ସରକାରୀ ସୁବିଧା ଓ ସେବା ସହଜରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ସଂକଳ୍ପ ନିଆଯାଇଛି। ଲୋକଙ୍କ ସହଭାଗିତା ବିନା ସହରର ବିକାଶ ଅସମ୍ଭବ ହୋଇଥିବାରୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ସହଯୋଗ କରିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି ।

 

Leave A Reply

Your email address will not be published.