Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌ -୫୩ ମାର୍ସାଘାଇ କ୍ରସିଂ ଛକରୁ ଧରାପଡ଼ିଲେ ଅନୁପମା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍‌ ଚାଲିଛି।

ମିଳିଥିବା ସୂଚନା ମୁତାବକ, ଜଣେ ଠିକାଦାରଙ୍କ ବିଲ୍‌ ଫାଇନାଲ୍‌ କରିଦେବା ପାଇଁ ଏଇ ସାହୁ ଲାଞ୍ଚ ବାବଦକୁ ଏହି ଟଙ୍କା ନେଇଥିଲେ। ସନ୍ଧ୍ୟା ସମୟରେ ସେ ଅଫିସ୍ ଗାଡ଼ିରେ ଏହି ଟଙ୍କା ଧରି ମହାକାଳପଡ଼ାରୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ପୂର୍ବରୁ ଓପାଡ଼ି ବସି ମାର୍ଶାଘାଇ କ୍ରସିଂ ଛକ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ଜବତ ଟଙ୍କାର କୌଣସି ବୈଧ ହିସାବ କିମ୍ବା ସନ୍ତୋଷଜନକ ଉତ୍ତର ଏଇ ସାହୁ ଦେଇପାରି ନଥିଲେ।

ଏହାପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଏବଂ ବାସଗୃହରେ ଏକକାଳୀନ ଚଢ଼ାଉ ଓ ତନାଘନା ଆରମ୍ଭ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ପ୍ରାଥମିକ ସୂଚନା ମିଳିଛି।

Leave A Reply

Your email address will not be published.