Satya Niketan PG collapse:କୋଠା ଅଘଟଣ, ବଢୁଛି ମୃତ୍ୟୁ; ପିଜି ମାଲିକଙ୍କ ବିରୋଧରେ ମାମଲା ରୁଜୁ, ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ…
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି । ଅନେକ ଛାତ୍ର ଭଗ୍ନାବଶେଷରେ ଫସି ରହିଛନ୍ତି । ଦମକଳ ବାହିନୀ, NDRF ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି କୋଠା ଭୁଶୁଡ଼ିବା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କୁ ଏମ୍ସ (AIIMS) ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସତ୍ୟ ନିକେତନରେ ଘଟିଥିବା କୋଠା ଭୁଶୁଡ଼ିବା ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Following an on-site review and based on the preliminary assessment, Chief Minister has ordered a Magisterial Inquiry of the incident and FIR against the building owner.
Those found responsible for this grave incident will be held fully accountable and dealt with under the…
— CMO Delhi (@CMODelhi) September 6, 2026
ସୂଚନା ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା କୋଠାଟିରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ‘ପେଇଙ୍ଗ୍ ଗେଷ୍ଟ’ (PG) ବ୍ୟବସ୍ଥା ଥିଲା; ରବିବାର ଦିନ ହୋଇଥିବାରୁ ସେହି ସମୟରେ ଅଧିକାଂଶ ଛାତ୍ରଛାତ୍ରୀ ସେଠାରେ ଉପସ୍ଥିତ ଥିଲେ। କୋଠା ମାଲିକଙ୍କ ବିରୋଧରେ ଏକ ମାମଲା (FIR) ରୁଜୁ କରାଯାଇଛି। ଏହି ସମୟରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଅନେକ ପୋଲିସ୍ ଦଳ ଗଠନ କରାଯାଇଛି।
ଏହି ଘଟଣା ସମ୍ବନ୍ଧରେ, ସାଉଥ୍ କ୍ୟାମ୍ପସ୍ ଥାନାରେ (ଏଫ୍ଆଇଆର୍ ନଂ ୧୫୩/୨୬) କଥିତ ମାଲିକ ହରିଓମ୍ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ BNSର ଧାରା ୧୦୫, ୨୯୦ ଏବଂ ୧୨୫(a) ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ରହିଛି ଯେ ଭୂତଳ ମହଲାରେ ମରାମତି କିମ୍ବା ନବୀକରଣ କାର୍ଯ୍ୟ ଚାଲିଥିଲା, ଯାହା ଫଳରେ କୋଠାଟି ଭୁଶୁଡ଼ି ପଡ଼ିଥିଲା।
ସୂଚନା ଅନୁଯାୟୀ, ଏହି କୋଠାଟି ଗୁରୁଗ୍ରାମର ବାସିନ୍ଦା ହରିଓମ୍ ବଂଶଲ ଏବଂ ତାଙ୍କ ଭାଇ ଆନନ୍ଦ ବଂଶଲଙ୍କ ମାଲିକାନାରେ ରହିଛି, ଯେଉଁମାନେ ତିନିରୁ ଚାରୋଟି ‘ପେଇଙ୍ଗ୍ ଗେଷ୍ଟ’ (PG) ପରିଚାଳନା କରନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କୋଠାର ଭୂତଳ କକ୍ଷରେ (ବେସମେଣ୍ଟ) କାମ ଚାଲିଥିଲା ଏବଂ ଏ ସମ୍ପର୍କରେ ଗୋଟିଏ ମାସ ପୂର୍ବରୁ ଏକ ନୋଟିସ୍ ଜାରି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ମତରେ, ଏହି କୋଠାଟିକୁ ଗୋଟିଏ ବର୍ଷ ପୂର୍ବେ ଖାଲି କରିଦିଆଯାଇଥିଲା। ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି କୋଠାରେ PG ସୁବିଧା ମାତ୍ର ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘଟଣା ସମୟରେ କୋଠା ଭିତରେ ପ୍ରାୟ ୩୦ରୁ ୫୦ ଜଣ ଥିଲେ; ତେବେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ କର୍ତ୍ତୃପକ୍ଷ କୌଣସି ସରକାରୀ ତଥ୍ୟ ପ୍ରଦାନ କରିନାହାନ୍ତି।
ଏପଟେ ଦିଲ୍ଲୀ ପୋଲିସ କହିଛି, “ତଦନ୍ତରୁ ଜଣାପଡ଼ିଛି ଯେ, ଏହା ଏକ ୪୦-୫୦ ବର୍ଷ ପୁରୁଣା କୋଠା, ଯେଉଁଥିରେ ଏକ ବେସମେଣ୍ଟ ଏବଂ ପାଞ୍ଚଟି ଉପର ମହଲା ଥିଲା ଏବଂ ଏହାକୁ PG ଭାବରେ ବ୍ୟବହାର କରାଯାଉଥିଲା । ଘଟଣା ସମୟରେ, ବେସମେଣ୍ଟରେ ମରାମତି କାର୍ଯ୍ୟ ଚାଲିଥିଲା । ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।”
ଏହି ଘଟଣା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଉପ-ରାଜ୍ୟପାଳ ତରଣଜିତ୍ ସିଂ ସାନ୍ଧୁ, ପୋଲିସ୍ କମିଶନର ଅନୁରାଗ କୁମାର ଏବଂ ସାଂସଦ ବଂସୁରୀ ସ୍ୱରାଜ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “DDMA, NDRF, ଦିଲ୍ଲୀ ଅଗ୍ନିଶମ ସେବା, ଦିଲ୍ଲୀ ପୋଲିସ, MCD, CAT ଏବଂ ସିଭିଲ ଡିଫେନ୍ସର ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସତର୍କତା ସ୍ୱରୂପ, ଆଖପାଖ କୋଠାଗୁଡ଼ିକୁ ମଧ୍ୟ ଖାଲି କରାଯାଇଛି । ସେ ଆହୁରି କହିଛନ୍ତି ଯେ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ଏବଂ ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି, ଏବଂ ସମସ୍ତ ସମ୍ପୃକ୍ତ ଏଜେନ୍ସି ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଏବଂ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ।
दिल्ली में एक इमारत गिरने की दुर्घटना से मुझे बहुत दुख पहुँचा है। इस हादसे में अपने प्रियजनों को खोने वाले परिवारों के प्रति मेरी गहरी संवेदनाएँ। मैं घायलों के शीघ्र स्वस्थ होने की कामना करती हूँ।
— President of India (@rashtrapatibhvn) September 6, 2026
The collapse of a building at Satya Niketan, Delhi is distressing. Condolences to those who lost their loved ones. Praying for the speedy recovery of the injured. Authorities are working at the site and assisting those affected in the mishap: PM @narendramodi
— PMO India (@PMOIndia) September 6, 2026
Deeply distressed by the collapse of a building at Satya Niketan in Delhi. Spoke with the Chief Minister, Commissioner of Police, Delhi, and the Director General, NDRF, and assessed the situation on the ground. The local administration and the NDRF are conducting intensive rescue…
— Amit Shah (@AmitShah) September 6, 2026
ଏହି ଘଟଣା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପୋଲିସ୍ କମିଶନର ଏବଂ NDRFର ମହାନିର୍ଦ୍ଦେଶକଙ୍କ ସହ କଥା ହେଲି ଏବଂ ଘଟଣାସ୍ଥଳର ସ୍ଥିତି ସମ୍ପର୍କରେ ସମୀକ୍ଷା କଲି। ସ୍ଥାନୀୟ ପ୍ରଶାସନ ଓ NDRF ମିଳିତ ଭାବେ ଏକ ବ୍ୟାପକ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତମାନଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

