Latest Odisha News

BREAKING NEWS

ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ

ମସ୍କୋ: ରଷିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାନପୁର ନିବାସୀ ଚନ୍ଦନ ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ରୁଷିଆ ପୋଲିସ ଅଟକ ରଖିଥିବା ନେଇ ତାଙ୍କ ସ୍ତ୍ରୀ ସ୍ନେହା ଗୁପ୍ତା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କାନ୍ଦି କାନ୍ଦି ଗୁହାରି କରିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମଦ୍ୟପାନ ଅଭିଯୋଗରେ ତାଙ୍କୁ କାବୁ କରାଯାଇଥିବା କୁହାଯାଉଥିଲେ ହେଁ, ତାଙ୍କ ସ୍ବାମୀଙ୍କୁ ରୁଷୀୟ ସେନାରେ ଯୋଗ ଦେବା ପାଇଁ ଚାପ ପକାଯାଉଥିବା ନେଇ ପରିବାର ଲୋକ ଆଶଙ୍କା ପ୍ରକାଶ କରିଛନ୍ତି। ଚନ୍ଦନ ନୋଏଡାର ଏକ କମ୍ପାନୀ ପକ୍ଷରୁ ୱାର୍କ ଭିସାରେ ରୁଷିଆ ଗସ୍ତ କରିଥିଲେ। ଗତ ରବିବାର ଅପରାହ୍ନ ପ୍ରାୟ ୧୨ଟା ୩୦ରେ ମସ୍କୋ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ଏହି ସମୟରେ ତାଙ୍କ ସ୍ତ୍ରୀ ସ୍ନେହା ଏବଂ ୧୦ ବର୍ଷର ପୁଅ ମଧ୍ୟ ମସ୍କୋରେ ଉପସ୍ଥିତ ଅଛନ୍ତି। ରୁଷୀୟ ଭାଷା ଜାଣି ନଥିବାରୁ ଏବଂ କୌଣସି ଆଇନଗତ ସହାୟତା ପାଇପାରୁ ନଥିବାରୁ ସ୍ନେହା ସେଠାରେ ନିଜକୁ ଅସହାୟ ବୋଧ କରୁଛନ୍ତି।

ଏହି ସଙ୍କଟଜନକ ପରିସ୍ଥିତିରୁ ସ୍ବାମୀଙ୍କୁ ମୁକ୍ତ କରିବା ପାଇଁ ସ୍ନେହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ତାଙ୍କ ସ୍ବାମୀଙ୍କୁ ମସ୍କୋ ପୋଲିସ କବଳରୁ ମୁକ୍ତ କରନ୍ତୁ ଏବଂ ସମଗ୍ର ପରିବାରକୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ବ୍ୟବସ୍ଥା କରନ୍ତୁ।

Leave A Reply

Your email address will not be published.