ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଓରାଙ୍ଗଉଟାନ ଉଦ୍ଧାର ସ୍ଥଳରେ ବାଡ଼ ଦିଆଯାଇଛି। ଉକ୍ତ ସ୍ଥାନକୁ ନିଷିଦ୍ଧା ଅଂଚଳ ଘୋଷଣା କଲା ବନ ବିଭାଗ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବଡପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିଲେ।
STF ତନା ଘନା ପରେ ଆଜି ଓଡିଶା ଆସିପାରନ୍ତି WCCB ଟିମ । ପଶ୍ଚିମବଙ୍ଗର STF ଟିମ୍, ବନ୍ଯଜନ୍ତୁ ଉଦ୍ଧାର ହେବା ପୂର୍ବ ରାତିରେ ସେହି ଅଂଚଳକୁ ଆସିଥିବା ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥଞ ସଂଗ୍ରହ କରାଯାଉଛି । ବିଭିନ୍ନ ସ୍ଥାନରୁ ୧୫୦ ସିସିଟିଭି ଫୂଟେଜ ସଂଗ୍ରହ କରାଯାଇଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା ।
ଏହି ମାସ୍କ କାହାର ସେନେଇ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରାଯାଇଛି। ବନକର୍ମଚାରୀ ମାନେ ଦିନ ରାତି ଜଗି ରହିଛନ୍ତି। ଘଟଣାସ୍ଥଳରେ ଏତେ ବିଳମ୍ବରେ କାହିଁକି ବାଡ଼ ଦିଆଗଲା, ତାକୁ ନେି ପ୍ରଶ୍ନ ଉଠିଛି । ଗୋଟିଏପଟେ STF ଓ ବନ ବିଭାଗର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଘଟଣାସ୍ଥଳକୁ ଶହ ଶହ ଲୋକଙ୍କ ଯିବା ଆସିବା ଯୋଗୁଁ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଘଟଣାସ୍ଥଳଠାରୁ ବାଂଲାଦେଶ ଜଳପଥରେ ୪୦୦ କିଲୋମିଟର। ପଶ୍ଚିମବଙ୍ଗକୁ ଜଳପଥରେ ୨୦୦ କିଲୋମିଟର ।

