Latest Odisha News

BREAKING NEWS

ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ନୂଆଁଖାଇ ଜୁହାର୍ କହି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା। ନୂଆଁଖାଇ ସମସ୍ତଙ୍କର ଜୀବନରେ, ନୂଆଁ ଆଶା ଆଣି ଦେଉ। ମା’ ସମଲେଇ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି, ସମୃଦ୍ଧି ଆଣି ଦିଅନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାତି ପାହିଲେ ଉତ୍ସବ ମୁଖର ହୋଇଉଠିବ ପଶ୍ଚିମ ଓଡ଼ିଶା । ଘରେ ଘରେ ପାଳନ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଚାଲିବ ପୂଜାର୍ଚ୍ଚନା, ସପରିବାର ଏକାଠି ବସି ନବାନ୍ନ ଭକ୍ଷଣ କରିବେ । ତା ସହ ଜମିବ ଲୋକସଂଗୀତ ଓ ନୃତ୍ୟର ଆସର । ଏଥିପାଇଁ ସମ୍ୱଲପୁରରୁ ସୁନ୍ଦରଗଡ଼, ବଲାଙ୍ଗିରରୁ ବରଗଡ଼, ବୌଦ୍ଧରୁ କଳାହାଣ୍ଡି.. ସବୁଠି ଚଳଚଞ୍ଚଳ ପରିବେଶ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆଁଖାଇ, ଖାଲି ଗୁଟେ ପରବ୍ ନାଇଁସେ, ଇଟା ଆମର ମାଟି, ସଂସ୍କୃତି, ଚାଳିଚଳନ ଏବଂ ସାମାଜିକ ଏକତାର ପ୍ରାଣସ୍ପନ୍ଦନ ଆଏ। ଇ ଆନନ୍ଦମୟ ପରବନେ, ମନର ସବୁ ଭେଦଭାବ, ତିକ୍ତତା ଆର୍ ଅହଂକାରକେ ପଛେ ପକେଇ କରି ଆମେ ବଡ ଗୁରୁ-ଗୁରୁଜନମାନଙ୍କର ପାହାତଳେ “ଜୁହାର- ମୁଣ୍ଡିଆ ଜନେଇଥିସୁଁ, ଆର ସାନମାନଙ୍କୁ ଭଲପାଏବାର ଆର ଆଶୀର୍ବାଦ ଦେଇଥିସୁଁ। ଇ ସୁନ୍ଦର ପରମ୍ପରା ଆମର ପରିବାର, ସମାଜ ଆର ଭାଇଚାରାର ବନ୍ଧନକେ, ଆହୁରି ମଜବୁତ କରସି।

୨୦୩୬ ତକ ସମୃଦ୍ଧ ଓଡ଼ିଶା ଆଉ ୨୦୪୭ ତକ ବିକଶିତ ଭାରତ ଗଠନ ଲାଗି ସମସ୍ତେ ନିଜର ନିଜର କର୍ତ୍ତବ୍ୟ ପାଳନ କରୁନ ବଲି, ଆଜି ଇ ଶୁଭ ଦିନରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ଶ୍ରମିକ, କିଶାନ, ଜୱାନ, ସମସ୍ତକୁ ଅନୁରୋଧ୍ କରୁଛେଁ । ନୂଆଁଖାଇ ସମସ୍ତଙ୍କର ଜୀବନରେ, ନୂଆଁ ଆଶା ଆଣି ଦେଉ। ମା’ ସମଲେଇ, ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି, ସୁଖ୍ ଶାନ୍ତି, ଉନ୍ନତି ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି, ପ୍ରାର୍ଥନା କରୁଛେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.