Latest Odisha News

BREAKING NEWS

ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ଜାଣନ୍ତୁ କାହିଁକି ଧୁମଧାମରେ କରାଯାଏ ପାଳନ

ଭୁବନେଶ୍ୱର: ନୂଆଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର । କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ପ୍ରତି ଘରେ ଘରେ ପାଳନ ହେଉଛି ପର୍ବ ପର୍ବାଣି। ଏହି ଅବସରରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ରାଜନେତା ଅଭିନନ୍ଦନ ଜଣାଇଛନ୍ତି ।

ନୂଆଖାଇ ହେଉଛି ସାଂସ୍କୃତିକ ଜୀବନବୋଧ ଏବଂ ଜନଜୀବନ ସହିତ ଜଡିତ ପର୍ବ । ଚାଷୀ ନିଜ ଜମିରେ ଅମଳ କରିଥିବା ନୂଆ ଧାନକୁ ପ୍ରଥମେ ଦେବାଦେବୀଙ୍କୁ ସମର୍ପଣ କରିବା ପରେ ପରିବାର ସହ ନବାନ୍ନ ଗ୍ରହଣ କରିଥାନ୍ତି। ନବାନ୍ନ ଭକ୍ଷଣ ଉତ୍ସବ ନୂଆଖାଇ ବହୁ ବର୍ଷ ଧରି ଆନନ୍ଦ ଉତ୍ସବ ସହାକାରେ ପାଳୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ନୂଆଖାଇର ଆଉ ଏକ ବିଶେଷତ୍ୱ ହେଉଛି ‘ନୂଆଖାଇ ଭେଟଘାଟ’। ସହରଠାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଆଜି ନିଜ ମାଟି ଓ ପରିବାରକୁ ମନେ ପକାଇ ନୂଆଖାଇ ପାଇଁ ଘରମୁହାଁ ହୋଇଥାନ୍ତି । ତେବେ ନୂଆଖାଇ ଆମକୁ ମାଟି, ଚାଷୀ ଓ ଅନ୍ନ ପ୍ରତି ସମ୍ମାନ କରିବାର ବାର୍ତ୍ତା ଦେଇଥାଏ।

ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, ଜିଲ୍ଲାର ଗଣପର୍ବ ହେଉଛି ନୂଆ ଖାଇ । ତେବେ ଆଜି ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବା ପରେ ପାଶ୍ୱର୍ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ। ତା’ ପରେ ପଶ୍ଚିମ ଓଡ଼ିଶାବାସୀ ଘରର କୂଳଦେବା ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ପରିବାର ସହ ଆନନ୍ଦରେ ନବାନ୍ନ ଖାଇ ନୂଆଖାଇ ପାଳନ କରିଥାନ୍ତି।

Leave A Reply

Your email address will not be published.