ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ମାସେ ପାଇଁ ଖୋଲିବ ଏହି ପୋର୍ଟାଲ । ଯେଉଁ ହିତାଧିକାରୀମାନେ ଯୋଗ୍ୟ ସେମାନେ ଆବେଦନ କରିପାରିବେ । ସୂଚନାଥାଉକି, ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ । ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନଙ୍କ ପାଇଁ ଭଲ ସୁଯୋଗ ରହିଛି ।
ସୂଚନାମୁତାବକ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇସାରିଛନ୍ତି । ଏହି ସୁଭଦ୍ରା ଟଙ୍କା ପାଇବା ପରେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ମଧ୍ୟ ସହଯୋଗ କରୁଛନ୍ତି ।
ସୂଚନାଥାଉକି, ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବ । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି ।

