Latest Odisha News

ରାଜଧାନୀରେ ବୁଲୁଛି ଦନ୍ତା…

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ଅନ୍ଧାରୁଆ ନିକଟରେ ଏକ ଆହତ ହାତୀ ଆତଙ୍କ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ସକାଳୁ ଅନ୍ଧାରୁଆ ଗ୍ରାମ ନିକଟ ଭରତପୁର-ଚନ୍ଦକା ମୁଖ୍ୟ ରାସ୍ତାରେ ଏହି ଆହତ ଦନ୍ତା ହାତୀଟି ବୁଲୁଥିବାର ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ ହାତୀଟିର ବାମ ପଟ ଆଗ ଗୋଡ଼ ଆହତ ହୋଇଥିଲା। ସେତେବେଳେ ବନ ବିଭାଗ ଏକ ନିଶ୍ଚେତକ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରିବା ପରେ ହାତୀଟି ଜଙ୍ଗଲକୁ ଫେରିଯାଇଥିଲା।

ତେବେ ଗତକାଲି ରାତିରେ ହାତୀଟିକୁ ଅନ୍ଧାରୁଆ ଗ୍ରାମ ନିକଟରେ ବୁଲୁଥିବାର ଦେଖାଯାଇଥିଲା। ଆଜି ଭୋର ସମୟରେ ମୁଖ୍ୟ ରାସ୍ତା ଉପରକୁ ଚାଲି ଆସିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି, ଯାହା ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

ଏହି ସମୟରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଜଙ୍ଗଲକୁ ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି।

 

Leave A Reply

Your email address will not be published.