Latest Odisha News

BREAKING NEWS

ପିଏମ ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର; ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ…ୱାର୍ଲ୍ଡ ବୁକ୍‌ ଅଫ୍ ରେକର୍ଡରେ ସ୍ଥାନ ପାଇଲା

ଭୂବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ । ଏହି ଅବସରରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରକ୍ତଦାନ ଶିବିରରେ ୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଯାହା ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଏହି ଅବସରରେ ‘ୱାର୍ଲ୍ଡ ବୁକ ଅଫ୍ ରେକର୍ଡ’ ସଂସ୍ଥାର ପ୍ରତିନିଧି ସାର୍ଟିଫିକେଟ ପ୍ରଦାନ କରିଥିଲେ ।

ସେ କହିଛନ୍ତି ଯେ,ରକ୍ତଦାନ କରି ଗୋଟିଏ ଜୀବନ ବଂଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି ଡାକ୍ତରଖାନାରେ ତିଆରି ହୋଇପାରିବ ନାହିଁ ।

ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡି ନପଡେ, ସେଥି ପାଇଁ ସରକାର ସଂକଳ୍ପବଦ୍ଧ । ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୫୦.୪୫ କୋଟି ଟଙ୍କାର ବ୍ୟୟବରାଦ ସହ ଅଟଳ ରକ୍ତଦାନ ଅଭିଯାନ ଆରମ୍ଭ କରାଯାଇଛି । ଏହା ଅଧିନରେ ରାଜ୍ୟର ନୂତନ ମେଡିକାଲ କଲେଜଗୁଡିକରେ ରକ୍ତଦାନ ଭଣ୍ଡାର ସ୍ଥାପନ ଏବଂ ପୁରଣା ରକ୍ତଭଣ୍ଡାରଗୁଡିକର ଆଧୁନୀକରଣ କରାଯାଉଛି । ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢି ସମାଜସେବାରେ ନିୟୋଜିତ ହେବା ସହିତ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦିଜୀଙ୍କ ପ୍ରତି ଶେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରକ୍ତଦାନ ଶିବିର ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ତଥା ସେବା ସଂକଳ୍ପ ଅଭିଯାନର ରାଜ୍ୟ ସଂଯୋଜକ ଡ.କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏହି ମେଗା ରକ୍ତଦାନ ଶିବିର ନୂତନ ରେକର୍ଡ ସ୍ଥାପନା କରିଛି । ଆଜି ଗୋଟିଏ ଦିନରେ, ଗୋଟିଏ ସ୍ଥାନ, ଗୋଟିଏ କ୍ୟାମ୍ପ ଏବଂ ଗୋଟିଏ ସଂସ୍ଥା ଜରିଆରେ ୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଯାହାକି ଏକ ନୂତନ ବିଶ୍ୱ ରେକର୍ଡ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏହା ହେଉଛି ପ୍ରକୃତ ଉପହାର ।

ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଏହି ଅବସରରେ ଯୋଗ ଦେଇ କହିଛନ୍ତି ଯେ, ସେବା ହିଁ ଆମ ସମସ୍ତଙ୍କର ପରମ ଧର୍ମ । ଏହି କାର୍ଯ୍ୟକ୍ରମ ଆଜି ରକ୍ତଦାନ ଶିବିରରୁ ଆରମ୍ଭ ହୋଇଛି । କରୋନା ପରଠୁ ରକ୍ତର ଆବଶ୍ୟକତା ଏବେ ବହୁତ ବଢ଼ିଯାଇଛି, ବହୁ ଲୋକ ରକ୍ତ ଅଭାବ ଯୋଗୁ ଚିକିତ୍ସାରୁ ବଚିଂତ ହେଉଛନ୍ତି । ଏଭଳି ସମୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ବିଶେଷ କରି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମଣ୍ଡଳସ୍ତରରୁ ରକ୍ତ ସଂଗ୍ରହ କରି ଏହି ଆବଶ୍ୟକତାକୁ ପୂରଣ କରିବାର ପ୍ରୟାସ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.