ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗ । ଏସଆଇଆର ସଂଶୋଧନ ଅଧିନରେ ଶ୍ଚିମବଙ୍ଗ ଭୋଟର ତାଲିକାରୁ ନାମ ବାଦ୍ ଦେବା କିମ୍ବା ଅନ୍ତଭୂ ର୍କ୍ତ କରିବା ବିରୁଦ୍ଧରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ ରହିଛି । କେବଳ ୧ଲକ୍ଷ ଆବେଦନର ଶୁଣାଣି ହୋଇଛିା ଅଥାର୍ତ୍ ଏହି ସଂଖ୍ୟା ମୋଟ୍ ଅପିଲର ୨.୬ପ୍ରତିଶତ । ନିର୍ବାଚନ ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଥିବା ଜବାବି ସତ୍ୟପାଠରେ ଜଣାଇଛନ୍ତି ୟେ, ଏୟାଏ ଦାଖଲ ହୋଇଥିବା ୩୮.୨୦ ଲକ୍ଷ ଅପିଲ୍ ମଧ୍ୟରୁ ନ୍ୟାୟାଳୟଙ୍କ ଦ୍ୱାରା ନିୟୁକ୍ତ ଟ୍ରିବ୍ୟୁନାଲ ଗୁଡିକ କେବଳ ପ୍ରାୟ ୧.୦୨ ଲକ୍ଷ ଅପିଲ୍ର ସମାଧାନ କରିଛନ୍ତିା ଏସଆଇଆର ପ୍ରକ୍ରିୟା ସମୟରେ ନାମ କଟାୟାଇଥିବା ଭୋଟର ମାନଙ୍କ ଦ୍ୱାରା ଦାଖଲ କରାୟାଇଥିବା ଦାବି ଏବଂ ଆପତ୍ତି ଉପରେ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ତଥ୍ୟ ପ୍ରକାଶ କରିବା ପାଇଁ ଏକ ଆବେଦନ ଉପରେ ମୁଖ୍ୟ ବିଚାରପତି ସୂର୍ୟ୍ୟକାନ୍ତ ଓ ବିଚାରପତି ଜୟମାଳା ବାଗଚୀ ଏବଂ ଭି.ମୋହନାଙ୍କ ଖଣ୍ଡପୀଠ ପ୍ୟାନେଲ୍ର ଜବାବ ଲୋଡି ଏହା କହିଛନ୍ତିା ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ(ଏସଆଇଆର)ସମ୍ବନ୍ଧୀୟ ଆଦେଶ ବିରୁଦ୍ଧରେ ମୋଟ୍ ୩୮ଲକ୍ଷ ୨୦ ହଜାର ୬୮୩ଟି ଅପିଲ୍ ଦାଖଲ କରାୟାଇଛିା ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଏଥିମଧ୍ୟରୁ ଲକ୍ଷେ ୨ହଜାର ୨୩୧ଟି ଅପିଲର ସମାଧାନ କରାୟାଇଥିବା ବେଳେ ୩୭ ଲ କ୍ଷ ୧୮ହଜାର ୪୫୨ଟି ଅପିଲ୍ ବର୍ତ୍ତମାନ ମଧ୍ୟ ବିଚାରାଧୀନ ଅଛି । ତଥାପି ସେହି ସତ୍ୟପାଠରେ ନାମ ବାଦ୍ ପଡିଥିବା ଭୋଟରଙ୍କ ଦ୍ୱାରା ଦାୟାର କରାୟାଇଥିବା ଅପିଲ୍ ଏବଂ ଭୋଟର ତାଲିକାରେ ନାମ ଅନ୍ତଭ ର୍ୁକ୍ତ ହେବା ବିରୁଦ୍ଧରେ ଦାୟର କରାୟାଇଥିବା ଅପିଲ ଗୁଡିକର ପୃଥକ ବିବରଣୀ ପ୍ରଦାନ କରାୟାଇନଥିଲା । ଶଥତ୍ର ଦାଖଲ କରିଥିବା ପ୍ରସନଜିତ୍ ବୋଷ ଦାବି କରିଛନ୍ତି ୟେ, ପଶ୍ଚିମବଙ୍ଗ ଏସଆଇଆର ପ୍ରକ୍ରିୟାର ଗଣନା ପର୍ୟ୍ୟାୟ ସମୟରେ ୫୮ଲକ୍ଷରୁ ଅଧିକ ଭୋଟରଙ୍କୁ ବାଦ୍ ଦିଆୟାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ୟେ, ଦାବି ଓ ଆପତ୍ତି ପର୍ୟ୍ୟାୟରେ ନାମ ଅନ୍ତର୍ଭୂକ୍ତ କରିବା ପାଇଁ ୯.୬୪ଲକ୍ଷ (ଫର୍ମ୬ ଓ ୬ଏ) ଏବଂ ନାମ ବାଦ୍ ଦେବା ପାଇଁ ୯୯ ହଜାରରୁ ଅଧିକ (ଫର୍ମ୭) ଆବେଦନ ଗ୍ରହଣ କରାୟାଇଥିବା ବେଳେ , ଫେବ୍ରୁଆରୀ ୨୮ ତାରିଖରେ ପ୍ରକାଶିତ ଚୁଡାନ୍ତ ଭୋଟର ତାଲିକାରେ ମାତ୍ର ପ୍ରାୟ ୧.୮୨ଲକ୍ଷ ନାମ ୟୋଡାୟାଇଥିବାର ଦେଖିବାକୁ ମିଳିଥିଲା । ଅଗଷ୍ଟ ୨୫ତାରିଖରେ, ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକାରେ ବାଦ୍ ଦେବା କିମ୍ବା ଅନ୍ତଭୁ ର୍କ୍ତ କରିବା ବିରୋଧରେ ଟ୍ରିବ୍ୟୁନାଲରେ ବିଚାରାଧୀନ ମାମଲା ଏବଂ ଆବେଦନର ନିଷ୍କାସନ ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅପିଲ ଗୁଡିକର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରି, ଖଣ୍ଡପୀଠ ନିର୍ବାଚନ ଆୟୋଗକଙ୍କୁ ପଚାରିଥିଲେ ୟେ, ବିଚାରାଧୀନ ଅପିଲ ଗୁଡିର ସମାଧାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ କଣ ପଦକ୍ଷେ ନିଆୟାଉଛି ଏବଂ ଏଥିପାଇଁ କେତୋଟି ଅତିରିକ୍ତ ଟ୍ରିବ୍ୟୁନାଲ ଆବଶ୍ୟକ । ନିର୍ବାଚନ ଆୟୋଗକଙ୍କ ଦ୍ୱାରା କୋର୍ଟରେ ଦାଖଲ କରାୟାଇଥିବା ତଥ୍ୟରୁ ଜଣାପଡିଛି ୟେ, ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବା ସମୟ ୧୭ ଡିସେମ୍ବର ୨୦୨୫ ଏବଂ ୭ଅଗଷ୍ଟ ୨୦୨୬ ମଧ୍ୟରେ ୩୪.୧୩ ଲକ୍ଷ ଫର୍ମ-୬ ଆବେଦନ ଦାଖଲ କରାୟାଇଥିଲା । ଫମ ର୍ ୬ ହେଉଛି ଭୋଟର ତାଲିକାରେ ନାମ ଅନ୍ତଭୁ ର୍କ୍ତ କରିବା ପାଇଁ ଏକ ବୈଧାନିକ ଆବେଦନା ୨୪ ଏପ୍ରିଲରେ ସବୋଚ୍ଚ ର୍ ନ୍ୟାୟାଳୟ ଆପିଲେଟ୍ ଟ୍ରିବ୍ୟୁନାଲ ଗୁଡିକୁ ଏସଆଇଆର ପରେ ଭୋଟର ତାଲିକାରୁ ବାଦ୍ ଦେବା ବିରୁଦ୍ଧରେ ଜରୁରୀ ଶୁଣାଣି ପାଇଁ ମାମଲା କରିଥିବା ଲୋକଙ୍କୁ ବାହାର ଶୁଣାଣି ଦେବାକୁ କହିଥିଲେ । ପ୍ରାୟ ୬୦ଲକ୍ଷ ଦାବି ଓ ଆପତ୍ତିର ସମାଧାନ ପାଇଁ ପଶ୍ଚିମବଙ୍ଗ ଏବଂ ପଡୋଶୀ ଓଡିଶୀ ଏବଂ ଝାଡଖଣ୍ଡରୁ ପ୍ରାୟ ୭୦୦ ନ୍ୟାୟିକ ଅଧିକାରୀଙ୍କୁ ନିୟୋଜିତ କରାୟାଇଥିଲା । ପରେ କଲିକତା ହାଇକୋଟ ର୍ର ମୁଖ୍ୟ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ଦେ ର୍ଶରେ ଆବେଦନଗୁଡିକର ନିଷ୍ପତ୍ତି ନେବା ପାଇଁ ପୂର୍ବତନ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ବିଚାରପତିଙ୍କ ନେତୃତ୍ୱରେ ୧୯ଟି ଟ୍ରିବ୍ୟୁନାଲ ଗଠନ କରିଥିଲେ ।
BREAKING NEWS
- ୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ
- SIR: ବେଙ୍ଗଲରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ, ସରିଛି ମାତ୍ର ଲକ୍ଷେ
- iPhone 18 Pro: ସୁନାଠୁ ବି ମୂଲ୍ୟବାନ ଫୋନ୍! ସ୍ତ୍ରୀ ପାଇଁ iPhone କିଣିବାକୁ ବିକିଦେଲେ ସୁନା…
- ଯାଞ୍ଚରେ ଫେଲ୍ ନେସଲେର ଶିଶୁ ଖାଦ୍ୟ, FSSAIର କଡ଼ା କାର୍ଯ୍ୟାନୁଷ୍ଠାନ
- କାହିଁକି ଅଟକିଛି ତେଜସ Mk1A ଡେଲିଭରି? HAL କହିଲା ପଛରେ ରହିଛି ଏହି କାରଣ…
- ଓଡ଼ିଆ ପୁଅ ଡ.ପ୍ରସନ୍ନ କୁମାର ଆଚାର୍ଯ୍ୟ ହେଲେ ଏନ୍ଏଲ୍ସି ଇଣ୍ଡିଆର ନୂଆ ଅଧ୍ୟକ୍ଷ
- ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ,UAN ଆଧାରରେ ଲଟେରିରେ ମିଳିବ ଘର
- ପୋଲିସ ପଞ୍ଝାରେ ଟପ୍ ମାଓନେତା ଅସିମ, ୨.୨୦ କୋଟିର ପୁରସ୍କାର…
- iPhone frenzy: ଦାମ୍ ୩ ଲକ୍ଷ ଟଙ୍କା ଛୁଇଁଲାଣି! ତଥାପି ଥମୁନି iPhone କ୍ରେଜ୍…ସେଓ କିଣିଲା ଭଳି ଏକାଥରେ ନେଉଛନ୍ତି ୫ଟା, ୬ଟା…
- କାହ୍ନାକୁଣ୍ଡରେ ମହିଳା ନିଖୋଜ, ସନ୍ଧାନ ଜାରି
