Latest Odisha News

BREAKING NEWS

୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ

କାବୁଲ: ଅଧିକାର ଛଡ଼ାଇ ନିଆଯାଇଛି, ଆଶାକୁ ଦଳି ଦିଆଯାଇଛି! ଆଫଗାନିସ୍ତାନରେ ଝିଅ ମାନଙ୍କ ସ୍କୁଲ ଏବଂ କଲେଜରୁ ବାସନ୍ଦ କରାଯିବାର ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବି ତାଲିବାନ୍ ଶାସକଙ୍କ ନିର୍ଦ୍ଦୟ ମନୋଭାବ ବଦଳିନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟ ଅଧିକାର ସଂଗଠନ ‘ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍’ ସ୍ୱର ଉତ୍ତୋଳନ କରିଛି।

ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଲକ୍ଷ ଲକ୍ଷ ଆଫଗାନ ଝିଅ ଆଜି ନିଜ ଘର ଭିତରେ ବନ୍ଦୀ ସଦୃଶ ଜୀବନ ବିତାଉଛନ୍ତି। ଏହା କେବଳ ଗୋଟିଏ ପିଢ଼ିର ଅନ୍ଧକାର ନୁହେଁ, ବରଂ ମାନବାଧିକାର ଉପରେ ଆକ୍ରମଣ। ତାଲିବାନର ଏହି ନାରୀ ବିରୋଧୀ ନୀତି ପୂରା ଦେଶର ଭବିଷ୍ୟତକୁ ବିନାଶ ଆଡ଼କୁ ନେଇଯାଉଛି। କଲମ ଓ ବହି ଧରିବା ବୟସରେ ଝିଅମାନଙ୍କୁ ନିଶବ୍ଦ କରିଦିଆଯାଉଛି, ଯାହା ଅତ୍ୟନ୍ତ ନିନ୍ଦନୀୟ।

ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ବିଶ୍ୱ ସମୁଦାୟକୁ ଆହ୍ୱାନ କରି କହିଛି ଯେ, ଆଉ କେବଳ ଶୋକ ପ୍ରକାଶ କଲେ ଚଳିବ ନାହିଁ। ଆଫଗାନିସ୍ତାନର କଠୋରପନ୍ଥୀ ସରକାର ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଯାଉ। ସେମାନଙ୍କୁ ସ୍କୁଲ ଫେରାଇ ଦିଆଯାଉ, ସେମାନେ ଦେଖିଥିବା ସ୍ୱପ୍ନ କୁ ପୂରଣ କରାଯାଉ।ଝିଅମାନଙ୍କ ଶିକ୍ଷାର ଅଧିକାରକୁ ଛଡ଼ାଇ ନେବାର ହକ୍ କାହାର ନାହିଁ। ଏହି ଅନ୍ୟାୟ ବିରୋଧରେ ଆଜି ସାରା ବିଶ୍ୱ ଏକଜୁଟ୍ ହେବାର ସମୟ ଆସିଯାଇଛି।

Comments are closed.