Latest Odisha News

BREAKING NEWS

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ନିମନ୍ତେ ବାରବାଟୀ ପ୍ୟାଲେସଠାରେ ଆଜି ଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ପ୍ରଥମ ୪ଦିନରେ ସମସ୍ତ ପୂଜା କମିଟି ଏନ୍‌ଓସି ଓ ଆବଶ୍ୟକ ଅନୁମତିପତ୍ର ପାଇଁ ଆବେଦନ କରିପାରିବେ ।

ପ୍ରଥମ ୪ ଦିନ ଅର୍ଥାତ ୧୮, ୧୯, ୨୦ ଓ ୨୧ ତାରିଖ ସକାଳ ୧୦ରୁ ୫ଟା ମଧ୍ୟରେ ପୂଜା କମିଟି ଗୁଡିକ ଏନ୍‌ଓସି ପାଇଁ ଆବେଦନ କରିପାରିବେ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ପୂଜା ପେଣ୍ଡାଲ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ଆର ଆଣ୍ଡ ବି ବିଭାଗ ଭିତ୍ତିଭୂମି ନିରାପତ୍ତା ପ୍ରମାଣପତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏବଂ ଟିପିସିଓଡିଏଲ୍‌ ବିଦ୍ୟୁତ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବେ। କଟକ ମହାନଗର ନିଗମ ପାଇଁ ପରିମଳ ୟୁଜର ଫି, ସାଉଣ୍ଡ ବକ୍ସ ଓ ପ୍ରସେସନ ପାଇଁ ଆବଶ୍ୟକ ଫି’ ମଧ୍ୟ ଦାଖଲ କରାଯିବ । ବାରବାଟୀ ପ୍ୟାଲେସରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ପୂଜା କମିଟିଗୁଡ଼ିକର ଆବେଦନ ଗ୍ରହଣ କରିବେ ।

ତହସିଲ କାର୍ଯ୍ୟାଳୟ, ଆର୍‌ଟିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଆବଶ୍ୟକ ଅନୁମତି ପ୍ରମାଣପତ୍ର ପାଇଁ ଆବଶ୍ୟକ ଫି ମଧ୍ୟ ଗୋଟିଏ ସ୍ଥାନରେ ଦାଖଲ କରାଯାଇପାରିବ । ବାରବାଟୀ ପ୍ୟାଲେସ୍‌ଠାରେ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପୂଜା କମିଟିଗୁଡ଼ିକର ଆବେଦନ ଗ୍ରହଣ କରିବା ସହ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରିବେ । ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଉପଜିଲ୍ଲାପାଳ, କଟକ ସଦର, ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ସିଂ ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ୍‌ର ନୋଡାଲ ଅଧିକାରୀ ଅଛନ୍ତି ।

Leave A Reply

Your email address will not be published.