ମୁମ୍ବାଇ/ଭୁବନେଶ୍ୱର: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ୨ ଦୁଇଟି ବଲିଉଡ ଫିଲ୍ମ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଦାୟରା ରିଲିଜ୍ ହୋଇଛି । କ୍ରାଇମ ଇନଭେଷ୍ଟିଗେସନ ବେସଡ୍ ଏହି ଫିଲ୍ମ ଦୁଇଜଣ ପୋଲିସ ଅଧିକାରୀଙ୍କ କାହାଣୀ ଉପରେ ଆଧାରିତ । ମୁଖ୍ୟ ଭୂମିକାରେ କରୀନା କପୁର ଖାନ୍ ଓ ୃଥ୍ୱୀରାଜ ସୁକୁମାରନ ନଜର ଆସିଛନ୍ତି । ଜଟିଳ ସମୟରେ କ୍ଷମତା ଓ ନ୍ୟାୟର ଲଢେଇରେ ଉଭୟ ପୋଲିସ ଅଧିକାରୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଉପରେ ଫିଲ୍ମର କାହାଣୀ ପର୍ୟ୍ୟବେଶିତ । ଫିଲ୍ମକୁ ମିକ୍ସଡ୍ ରେସନ୍ସ ମିଳିଥିବା ବେଳେ ୮.୮ ରେଟିଂ ମିଳିଛି । ସେପଟେ କୁନାଲ ଖେମୁ ନିର୍ଦ୍ଦେଶିତ ଆକ୍ସନ-ଥ୍ରୀଲର ତଥା କମେଡି ଫିଲ୍ମ ଭାଇବ୍ ରିଲିଜ୍ ହୋଇଛି । ଫିଲ୍ମର କାହାଣୀ ଦୁଇଜଣ ଘଟିଷ୍ଠ ବନ୍ଧୁଙ୍କୁ ନେଇ । ଜଣେ କିଛି ଜାଣିନଥିବା ଅଳସୁଆ ଓ ଅନ୍ୟଜଣେ ରିଶ୍ରମୀ ଓ ପାଠୁଆ । ଚକିରି ଖୋଜ୍ରେ ଥିବା ବେଳେ ଦୁହିଁଙ୍କୁ ଦେଶକୁ ଆତଙ୍କୀ ହମଲାରୁ ରକ୍ଷା ପାଇଁ ଏକ ସିକ୍ରେଟ୍ ମିଶନରେ ନିୟୁକ୍ତି କରାୟାଇଛି । ତାପରେ କେମିତି ଦୁହେଁ ଏହି ଗୁରୁତ୍ୱର୍ପୂଣ୍ମ କାମକୁ କରନ୍ତି ତାହା କାହାଣୀର ପ୍ଲଟ୍ା ଫିଲ୍ମରେ ମୁଖ୍ୟ ଭୂମିକାରେ କୁନାଲ ଖେମୁ , ସ୍ପଶ ର୍ ଶ୍ରୀବାସ୍ତବ ଓ ପ୍ରୀତି ଜିଂଟା ନଜର ଆସିଛନ୍ତି । ମୁଭିକୁ ଭଲ ରେସନ୍ସ ମିଳୁଛି ।

ଫିଲ୍ମ ରିଲିଜରେ ପଛରେ ପଡିନି ଓଲିଉଡ ଇଣ୍ଡଷ୍ଟ୍ରି । ରିଲିଜ୍ ହୋଇଛି ଫିଲ୍ମ ମାଳିପୁଟ୍ ମେଲୋଡିସ୍ । ସୁଧାକର ପଟ୍ଟନାୟକଙ୍କ ଲେଖା, ବିଶାଳ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହମ୍ମଦ ସରିଫ୍, ସୋନା କେମୁଣ୍ଡୁ, ଧନା ହରିଜନ ପ୍ରମୁଖ ଅଭିନୟ କରିଛନ୍ତି । ମାଳିପୁଟ ନାମକ ଓ କାଳ୍ପନିକ ଗ୍ରାମ ଓ ଏହାର ଆଖ ପାଖ ଅଞ୍ଚଳରେ ଚାରୋଟି କାହାଣୀ ଉପରେ ଫିଲ୍ମ ପର୍ୟ ୍ୟବେଶିତ । ୟାହା ଗ୍ରାମୀଣ ଜୀବନର ସ୍ୱପ୍ନ , ପରମ୍ପରା , ସମ୍ପକ ର୍, ନିରବ ସହନଶୀଳତାକୁ ଉନ୍ମୋଚିତ କରୁଛିା ଅତୀତର ସ୍ମୃତି ଜାଗ୍ରତ କରୁଥିବା ଏକ ଆନନ୍ଦମୟ ୟାତ୍ରା ଫିଲ୍ମର କାହାଣୀ । ବତ୍ତ ର୍ମାନ ସମୟରେ ଓଡିଆ ଫିଲ୍ମର ନିଜସ୍ୱ କାହାଣୀଏବଂ ଦଶ ର୍କଙ୍କ ଆଦୃତିକୁ ନଜରରେ ରଖି ଏହି ଫିଲ୍ମ ମାଟି ମା ସହ ୟୋଡି ହୋଇଥିବାରୁ ଏହାକୁ ଦଶ ର୍କ ଭଲପାଇବେ ଦେବେ ବୋଲି ଆଶା କରାୟାଉଛି ।

