ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ରେ ଓପନର ଅଭିଷେକ ଶର୍ମାଙ୍କ ଶତକ ସହ ସଞ୍ଜୁ ସାମସନ୍ଙ୍କ ଅର୍ଦ୍ଧଶତକୀୟ ପାରି ବଳରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏହି ଅର୍ଦ୍ଧଶତକୀୟ ପାରି ସହ ସଞ୍ଜୁ ସାମସନ୍ ଟି୨୦ କ୍ରିକେଟରେ ନିଜର ୯୦୦୦ ରନ୍ ପୂରଣ କରି ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛନ୍ତି । ୯୦୦୦ ରନ୍ ପୂରଣ କରିଥିବା ଭାରତୀୟ ବ୍ୟାଟର ବିରାଟ କୋହଲି(୧୪,୨୧୮), ରୋହିତ ଶର୍ମା(୧୨,୫୩୧), ଶିଖର ଧାୱନ (୯,୭୯୭ ), ସୂର୍ୟ୍ୟକୁମାର ଯାଦବ(୯,୭୨୯), ସଞ୍ଜୁ ସାମସନ ୯,୦୨୭ ରନ
ମ୍ୟାଚ୍ ପୂର୍ବରୁ ସଞ୍ଜୁଙ୍କ ନାମରେ ୮,୯୭୭ ରନ୍ ଥିଲା । ସେ ୩୫ ବଲ୍ରୁ ୨ଟି ଚୌକା ଓ ୪ଟି ଛକା ସହାୟତାରେ ୫୦ ରନ୍ କରିଥିଲେ (ଷ୍ଟ୍ରାଇକ୍ ରେଟ୍ ୧୪୨.୮୬)। ୩୩ ରନ୍ କରିବା ମାତ୍ରେ ସେ ୯୦୦୦ ରନ୍ କ୍ଲବ୍ରେ ପ୍ରବେଶ କରିଥିଲେ । ଟି-୨୦ କ୍ରିକେଟରେ ୯୦୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାରେ ସଞ୍ଜୁ ସାମସନ୍ ପଞ୍ଚମ ଭାରତୀୟ ବ୍ୟାଟର ହୋଇଛନ୍ତି । ୩୫୧ଟି ଟି୨୦ ମ୍ୟାଚ୍ରେ (୩୩୪ ପାରି) ୮ଟି ଶତକ ଓ ୫୭ଟି ଅର୍ଦ୍ଧଶତକ ସହ ସଞ୍ଜୁଙ୍କ ମୋଟ ରନ୍ ସଂଖ୍ୟା ଏବେ ୯,୦୨୭ ହୋଇଛି । ଏସୀୟ କ୍ରୀଡ଼ା ଓ ନିକଟତର ଦ୍ୱିପାକ୍ଷିକ ସିରିଜ୍ ଗୁଡ଼ିକ ମଧ୍ୟରେ ଭାରତୀୟ କ୍ରିକେଟର ଏହି ସଫଳତା ସଞ୍ଜୁଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ଭାବେ ଦେଖାଯାଉଛି ।

