Latest Odisha News

BREAKING NEWS

Deepveer: ଦୀପିକା-ରଣଭୀରଙ୍କ ଘରେ ପୁଣି ଖୁସିର ଲହରୀ, ଘରେ ପଡିଲା ରାଧାରାଣୀଙ୍କ ପାଦ…

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ ଦମ୍ପତି ଦୀପିକା ପାଦୁକୋନ ଓ ରଣଭୀର ସିଂହଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ। ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଛନ୍ତି। ଶନିବାର, ସେପ୍ଟେମ୍ବର ୧୯ରେ ଦୀପିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଦୁହେଁ ସୋସିଆଲ ମିଡିଆରେ ଜଣାଇଛନ୍ତି। ଏହି ଖୁସି ଖବର ରାଧାଷ୍ଟମୀ ଅବସରରେ ଆସିଥିବାରୁ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିଛି।

ଦୀପିକା ସୋସିଆଲ ମିଡିଆରେ ନବଜାତ ଶିଶୁର ପାଦଚିହ୍ନର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ‘Welcome Baby Girl’ ସହ ୧୯-୯-୨୦୨୬ ତାରିଖ ଏବଂ ‘ଦୁଆ, ଦୀପିକା ଓ ରଣବୀର’ ଲେଖା ରହିଛି। ଦୀପିକା କ୍ୟାପସନରେ କେବଳ ନଜର ନଲାଗିବା ପାଇଁ ବ୍ୟବହୃତ ଇମୋଜି ଦେଇଛନ୍ତି।

ଖବର ପ୍ରକାଶ ପାଇବା ପରେ ବଲିଉଡ୍‌ ସେଲିବ୍ରିଟି ଓ ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ରିତି ସାନନ୍‌ କହିଛନ୍ତି ଯେ ଦୁଆଙ୍କର ଏବେ ଏକ ଛୋଟ ଭଉଣୀ ଆସିଛି ଏବଂ ଏହା ଏକ ଆଶୀର୍ବାଦ। ଗାୟିକା ଶ୍ରେୟା ଘୋଷାଲ ଓ ଧନଶ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଆଲିଆ ଭଟ୍ଟ, ବରୁଣ ଧୱନ, ଇଶାନ ଖଟ୍ଟର, କିଆରା ଆଡଭାନୀ, ଅନନ୍ୟା ପାଣ୍ଡେଙ୍କ ସମେତ ଅନେକ ସେଲିବ୍ରିଟି ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି।

ଶିଶୁକନ୍ୟା ଜନ୍ମ ହେବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଦୀପିକା ଓ ରଣବୀର ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିଲେ। ଦୁହେଁ ମନ୍ଦିରରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ଭାଇରାଲ୍‌ ଭିଡିଓରେ ଦୀପିକା ରଣଭୀରଙ୍କ ହାତ ଧରି ମନ୍ଦିରରେ ପ୍ରବେଶ କରୁଥିବା ଦେଖାଯାଇଥିଲା।

ଦୀପିକା ଓ ରଣବୀର ପୂର୍ବରୁ ୨୦୨୪ ସେପ୍ଟେମ୍ବର ୮ରେ ଝିଅ ଦୁଆ ପାଦୁକୋନ ସିଂହଙ୍କ ମାତାପିତା ହୋଇଥିଲେ। ୨୦୧୮ ନଭେମ୍ବରରେ ଦୁହିଁଙ୍କ ବିବାହ ହୋଇଥିଲା।

ୱର୍କଫ୍ରଣ୍ଟରେ ରଣଭୀରଙ୍କୁ ଶେଷଥର ପାଇଁ ଆଦିତ୍ୟ ଧରଙ୍କ ‘ଧୁରନ୍ଧର’ ଫିଲ୍ମରେ ଦେଖାଯାଇଥିଲା। ଦୀପିକା ଶେଷଥର ‘ସିଂଘମ୍ ଏଗେନ୍’ରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଶାହରୁଖ ଖାନଙ୍କ ‘କିଙ୍ଗ୍’ ଏବଂ ଆଟଲି-ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ରାକା’ରେ ନଜର ଆସିବେ।

Leave A Reply

Your email address will not be published.