Latest Odisha News

BREAKING NEWS

୨୮ ରୁ ପୁଣି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡକରା

ନୂଆଦିଲ୍ଲୀ: ପୁଣି ହେବ ବ୍ୟାଙ୍କ ଧର୍ମଘଟ। ହଇରାଣ ହେବେ ଗ୍ରାହକ। ୨୮ ତାରିଖରୁ ୫ ଦିନ ଯାଏ Bank Strike ହେବ। ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୨୮ ତାରିଖରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ଯେପରି ଅସୁବିଧା ନହେବ ସେନେଇ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ୍, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି।

ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ମୁଖ୍ୟ ଶ୍ରମ କମିଶନର ସେପ୍ଟେମ୍ବର ୨୨ ଏବଂ ୨୩ ତାରିଖରେ ଆଲୋଚନା କରିବା ପାଇଁ IBA, ବ୍ୟାଙ୍କ୍ ପରିଚାଳନା ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ ଯାଏ ଧର୍ମଘଟ ଡାକରା ଦିଆଯାଇଛି।

ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଜାତୀୟ ସମ୍ପାଦକ ଡି.ଏନ୍. ତ୍ରିବେଦୀ ଏକ ସକରାତ୍ମକ ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି । ଯଦି ଆଲୋଚନା ବିଫଳ ହୁଏ, ତେବେ ସେପ୍ଟେମ୍ବର ୨୬ ଏବଂ ସେପ୍ଟେମ୍ବର ୨୭ ତାରିଖ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଫଳରେ ଲଗାତାର ପାଞ୍ଚ ଦିନ ପାଇଁ ବ୍ୟାଙ୍କ ଶାଖା କାର୍ଯ୍ୟ ବନ୍ଦ ରହିବ ।

 

Leave A Reply

Your email address will not be published.