Latest Odisha News

BREAKING NEWS

ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶ ଲାଗି ଏଚଡ଼ିଏଫସି, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ବ୍ୟାଙ୍କିଂ ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକର ବିକାଶ ଲାଗି ବୁଧବାର ଦିନ ଓଡ଼ିଶା ସରକାର ଓ ଏଚଡ଼ିଏଫସି ବ୍ୟାଙ୍କ ଲିମିଟେଡ଼ ମଧ୍ୟରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି ଅନ୍ତର୍ଗତ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ଏବଂ ଏଚଡ଼ିଏଫସି ବ୍ୟାଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।

“ନୂଆ ଓଡ଼ିଶା ଗଠନରେ ଯୁବଶକ୍ତି ହିଁ ଇଞ୍ଜିନ୍ ସଦୃଶ, ଏହି ବୁଝାମଣା ସ୍ୱାକ୍ଷରିତ ହେବା ଦ୍ୱାରା ଷ୍ଟାର୍ଟଅପ ଲାଗି ନୂଆ ସମ୍ଭାବନା ସୃଷ୍ଟି ହୋଇଛି,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

“ମୋ ସରକାର ଯୁବବର୍ଗଙ୍କ ଉନ୍ନତି ସକାଶେ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛି । ଆମେ ଇତିମଧ୍ୟରେ ଭୁବନେଶ୍ୱରଠାରେ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ ହବ୍ ସ୍ଥାପନ କରିବାକୁ ଯାଉଛୁ । ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ଜାରି ରହିଛି ।” ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ଅନୁମୋଦିତ ହୋଇଥିବା ସମସ୍ତ ଷ୍ଟାର୍ଟଅପ୍ ଗୁଡ଼ିକୁ ଏଚଡ଼ିଏଫସି ବ୍ୟାଙ୍କ ସମସ୍ତ ସହାୟତା ଯୋଗାଇଦେବ ।

Leave A Reply

Your email address will not be published.