BJP State In-Charge: ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ; ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା ଦାୟିତ୍ବ, ୩୬ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ…
ନୂଆଦିଲ୍ଲୀ: ବିଜେପି ସଂଗଠନରେ ବଡ଼ ପରିବର୍ତ୍ତନ। ଦଳ ପକ୍ଷରୁ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ନୂଆ ତାଲିକାରେ ଅନେକ ବରିଷ୍ଠ ନେତାଙ୍କୁ ଏକାଧିକ ରାଜ୍ୟର ଦାୟିତ୍ୱ ମିଳିଛି।
ସବୁଠୁ ଚର୍ଚ୍ଚିତ ନିଯୁକ୍ତି ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣାର ପ୍ରଭାରୀ କରାଯାଇଛି। ହରିଶ ଦ୍ୱିବେଦୀଙ୍କୁ ବିହାର ଓ କର୍ଣ୍ଣାଟକର ପ୍ରଭାରୀ ଦାୟିତ୍ୱ ମିଳିଛି। ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ, ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ଏବଂ ବିନୋଦ ତାୱଡେଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ କରାଯାଇଛି। ଓଡ଼ିଶା ପାଇଁ ଡି ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଏବଂ ସ୍ୱଦେଶ ସିଂହଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି।
ବିଜେପିର ଏହି ନୂଆ ସାଂଗଠନିକ ନିଯୁକ୍ତିରେ ଅନେକ ରାଜ୍ୟର ଦାୟିତ୍ୱ ବଦଳାଯାଇଛି। ବିଭିନ୍ନ ରାଜ୍ୟରେ ଦଳୀୟ ସଂଗଠନର କାର୍ଯ୍ୟ ଓ ଆଗାମୀ ରାଜନୈତିକ ପ୍ରସ୍ତୁତି ଏହି ନୂଆ ପ୍ରଭାରୀମାନେ ଦେଖିବେ।
କେଉଁ ରାଜ୍ୟର ଦାୟିତ୍ୱ କାହାକୁ?
- ଆଣ୍ଡାମାନ ଓ ନିକୋବର: ଜୟ ପ୍ରକାଶ
- ଅରୁଣାଚଳ ପ୍ରଦେଶ: ଡ. ଦେବେଶ କୁମାର
- ଆନ୍ଧ୍ରପ୍ରଦେଶ: ଡ. ଅରବିନ୍ଦ ଭଦୌରିଆ; ସହ-ପ୍ରଭାରୀ ବଂଶୀ ଶ୍ରୀନିବାସନ
- ଆସାମ: ମଙ୍ଗଳ ପାଣ୍ଡେ; ସହ-ପ୍ରଭାରୀ ଫାଙ୍ଗନୋନ କୋନ୍ୟାକ ଓ ମନୋଜ ଟିଗ୍ଗା
- ବିହାର: ହରିଶ ଦ୍ୱିବେଦୀ; ସହ-ପ୍ରଭାରୀ ସଙ୍ଗୀତା ଯାଦବ ଓ ରୋହନ ଗୁପ୍ତା
- ଚଣ୍ଡିଗଡ଼: ମହେନ୍ଦ୍ର ପାଣ୍ଡେ
- ଛତିଶଗଡ଼: ସ୍ମୃତି ଇରାନୀ; ସହ-ପ୍ରଭାରୀ ସିଦ୍ଧାର୍ଥ ଶମ୍ଭୁ
- ଦାଦ୍ରା-ନଗର ହାବେଲୀ ଓ ଦମନ-ଦିଉ: ବର୍ଷାବେନ ନରେନ୍ଦ୍ରଭାଇ ପଟେଲ
- ଦିଲ୍ଲୀ: ଡ. ବିନୟ ସହସ୍ରବୁଦ୍ଧେ; ସହ-ପ୍ରଭାରୀ ଜାମୟାଙ୍ଗ ତ୍ସେରିଙ୍ଗ ନାମଗ୍ୟାଲ ଓ ଦର୍ଶନାବେନ ଜରଦୋଶ
- ଗୋଆ: ଡ. ଭାରତୀ ପ୍ରବୀଣ ପୱାର; ସହ-ପ୍ରଭାରୀ ଅନିଲ ଆଣ୍ଟୋନୀ
- ଗୁଜରାଟ: ତରୁଣ ଚୁଗ; ସହ-ପ୍ରଭାରୀ ଅଜୟ ମହାୱର ଓ ଗୋମତୀ ସାଇ
- ହରିୟାଣା: ସ୍ମୃତି ଇରାନୀ; ସହ-ପ୍ରଭାରୀ ଡ. ଭୋଲା ସିଂହ
- ହିମାଚଳ ପ୍ରଦେଶ: ଶ୍ରୀକାନ୍ତ ଶର୍ମା; ସହ-ପ୍ରଭାରୀ ଦର୍ଶନା ସିଂହ
- ଜମ୍ମୁ-କଶ୍ମୀର: ଡ. ସତୀଶ ପୁନିଆ; ସହ-ପ୍ରଭାରୀ ରୀନା କଶ୍ୟପ
- ଝାଡ଼ଖଣ୍ଡ: ଗଜେନ୍ଦ୍ର ପଟେଲ; ସହ-ପ୍ରଭାରୀ ସୋରେନ ସିଂହ ଓ ନିବେଦିତା ସିଂହ
- କର୍ଣ୍ଣାଟକ: ହରିଶ ଦ୍ୱିବେଦୀ; ସହ-ପ୍ରଭାରୀ ଡ. କସୁମ ବେଙ୍କଟେଶ୍ୱରଲୁ
- କେରଳ: ପ୍ରଫେସର ଏମ୍. ନାଗରାଜା; ସହ-ପ୍ରଭାରୀ ଏମ୍. ବେଙ୍କଟେଶନ
- ଲଦାଖ: ରାଜକୁମାର ଭାଟିଆ
- ଲକ୍ଷଦ୍ୱୀପ: ଜର୍ଜ କୁରିଆନ
- ମଧ୍ୟପ୍ରଦେଶ: ବିପ୍ଲବ କୁମାର ଦେବ; ସହ-ପ୍ରଭାରୀ ରେଖା ବର୍ମା
- ମହାରାଷ୍ଟ୍ର: ବୈଜୟନ୍ତ ଜୟ ପଣ୍ଡା; ସହ-ପ୍ରଭାରୀ ଅମିତ ମାଲବୀୟ, ସଦାନନ୍ଦ ଶେଟ ତାନାୱଡେ ଓ କମଲଜିତ ସହରାୱତ
- ମଣିପୁର: ଡ. ରାଜଦୀପ ରୟ
- ମେଘାଳୟ: କନାଦ ପୁରକାୟସ୍ଥ; ସହ-ପ୍ରଭାରୀ ଡ. ନୁମଲ ମୋମିନ
- ମିଜୋରାମ: ଡ. ଭାଗବତ କରାଡ
- ନାଗାଲାଣ୍ଡ: ଅନିଲ ଆଣ୍ଟୋନୀ
- ଓଡ଼ିଶା: ଡି. ପୁରନ୍ଦେଶ୍ୱରୀ; ସହ-ପ୍ରଭାରୀ ଡ. ସ୍ୱଦେଶ ସିଂହ
- ପୁଡୁଚେରୀ: କେ. ସୁରେନ୍ଦ୍ରନ
- ପଞ୍ଜାବ: ଡ. ସତୀଶ ପୁନିଆ; ସହ-ପ୍ରଭାରୀ ବୀରେନ୍ଦ୍ର ସଚଦେବ ଓ ଡ. ଅଲକା ଗୁର୍ଜର
- ରାଜସ୍ଥାନ: ସଞ୍ଜୟ ଭାଟିଆ; ସହ-ପ୍ରଭାରୀ କବିତା ପାଟିଦାର ଓ କୁଲଜିତ ଚହଲ
- ସିକ୍କିମ: ରାଜୁ ବିଷ୍ଟ
- ତାମିଲନାଡୁ: ରାମ ମାଧବ; ସହ-ପ୍ରଭାରୀ ନିର୍ମଳ କୁମାର ସୁରାନା ଓ ଡି.କେ. ଅରୁଣା
- ତେଲେଙ୍ଗାନା: ସୁନୀଲ ବଂଶଲ; ସହ-ପ୍ରଭାରୀ ଅଭୟ ପାଟିଲ ଓ ରେଖା ଶର୍ମା
- ତ୍ରିପୁରା: ମୃଗାଙ୍କା ଦେବ ବର୍ମନ
- ଉତ୍ତରପ୍ରଦେଶ: ବିନୋଦ ତାୱଡେ; ସହ-ପ୍ରଭାରୀ ଜଗଦୀଶ ପଟେଲ, ମେଘା କୁଲକର୍ଣ୍ଣୀ, ଡ. ପ୍ରଦୀପ ବର୍ମା ଓ ଅନନ୍ତ ଓଝା
- ଉତ୍ତରାଖଣ୍ଡ: ରାମ ମାଧବ; ସହ-ପ୍ରଭାରୀ ଅରବିନ୍ଦ ମେନନ ଓ ବାଂସୁରୀ ସ୍ୱରାଜ
- ପଶ୍ଚିମବଙ୍ଗ: ସୁନୀଲ ବଂଶଲ; ସହ-ପ୍ରଭାରୀ ଲାଲ ସିଂହ ଆର୍ଯ୍ୟ, ରାଜେନ୍ଦ୍ର ସିଂହ ଓ ପିଙ୍କି କୁଶୱାହା
ଏହି ନୂଆ ଦାୟିତ୍ୱଗୁଡ଼ିକ ତତ୍କାଳ ଲାଗୁ ହେବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦଳୀୟ ସଂଗଠନର କାର୍ଯ୍ୟକୁ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀମାନେ ଦେଖିବେ।
ତେବେ ଏହି ପରିବର୍ତ୍ତନ ପଛରେ ସଂଗଠନକୁ ଆହୁରି ମଜବୁତ କରିବା କୁହାଯାଉଛି। ରାଜ୍ୟ ସ୍ତରରେ ନେତା, କର୍ମୀ ଓ ଦଳୀୟ ନେତୃତ୍ୱ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ବିଜେପି ଜୋର ଦେଉଛି। ନିକଟରେ ଦଳର ଜାତୀୟ କାର୍ଯ୍ୟକ୍ରମରେ ମଧ୍ୟ ସଂଗଠନକୁ ମଜବୁତ କରିବା ଓ ସାଧାରଣ ଲୋକଙ୍କ ସହ ଦଳର ସମ୍ପର୍କ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ଅନ୍ୟପଟେ ବିଜେପି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୨୦୨୭ରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ଗୁଜରାଟ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହି ରାଜ୍ୟଗୁଡ଼ିକରେ ସଂଗଠନକୁ ଆଗୁଆ ଭାବେ ସଜାଇବାକୁ ଦଳ ଗୁରୁତ୍ୱ ଦେଉଛି। ଏଥିପାଇଁ ଅନେକ ନେତାଙ୍କୁ ଏକାଧିକ ରାଜ୍ୟର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହି ପରିବର୍ତ୍ତନକୁ ବିଜେପିର ସଂଗଠନକୁ ନୂଆ ଭାବେ ସଜାଇବା, ରାଜ୍ୟଗୁଡ଼ିକରେ ସମନ୍ୱୟ ବଢ଼ାଇବା ଓ ଆଗାମୀ ନିର୍ବାଚନ ପାଇଁ ମେସିନାରୀକୁ ସକ୍ରିୟ କରିବାର ଏକ ପଦକ୍ଷେପ ଭାବେ ଦେଖାଯାଉଛି।

