Latest Odisha News

BREAKING NEWS

Ukraine War: ହେବ ତ୍ରିପାକ୍ଷିକ ଆଲୋଚନା

ନ୍ୟୁୟର୍କ: ଶକ୍ତି କ୍ଷେତ୍ରରେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ୟୁକ୍ରେନ୍ ରଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସକିି । ପୁଟିନ୍ ଓ ଟ୍ରମ୍ପଙ୍କ ସହ ଓ ତ୍ରିପାକ୍ଷିକ ଆଲୋଚନା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯଦି ମସକୋ ୟୁକ୍ରେନରେ ଗୁରୁତ୍ୱପୂଣ୍ଣ ର୍ ଭିତିିଭୂମି ଉପରେ ଆକ୍ରମଣ ବନ୍ଦ କରେ ତେବେ ୟୁକ୍ରେନ୍ ଋଷ ସହ ଶକ୍ତି କ୍ଷେତ୍ରରେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଅଛି । ଯୁଦ୍ଧ ଶେଷ କରିବାକୁ ନେତାଙ୍କୁ ମିଶି ପଦକ୍ଷେ ନେବାକୁ ହେବ ବୋଲି କହିଛନ୍ତି । ଶକ୍ତି ଭିତିଭୂମି ଉପରେ ଆକ୍ରମଣ ଆଶଙ୍କା ଥିବାରୁ ଆଗକୁ ଶୀତଋତୁ ଆସୁଥିବାରୁ ଜେଲେନ୍ସ୍କି ଟ୍ରମ୍ପଙ୍କୁ ଚୀନ୍ ରଷ୍ଟ୍ରପତି ସି. ଜିନିଙ୍କୁୁ ଏଥିରେ ସାମିଲ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଯାହା ପୁଟିନ୍ଙ୍କ ଉପରେ ପ୍ରଭାବ ପକାଇବ । ଯୁଦ୍ଧ ସାରିବାକୁ ପଦକ୍ଷେ ନେବାକୁ ପଡିବ ବୋଲି ମତପ୍ରକାଶ କରିଛନ୍ତି । ନୁ୍ୟୟର୍କର ୟୁନାଇଟେଡ୍ ନେସନ୍ସ ଜେନେରାଲ ଆସେମ୍ବଲି ସମୟରେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ ଜେେଲେନ୍ସକି । ଏବେ ବୈଠକ ୟୁକ୍ରେନର ରଷ୍ଟ୍ରପତିଙ୍କୁ ଋଷିଆର ବ୍ୟାପକ ଆକ୍ରମଣର ଅନ୍ତ ଘଟାଇବା, ଆମେରିକାଠାରୁ ଅତିରିକ୍ତ ବାୟୁ ପ୍ରତିରକ୍ଷା ସହାୟତା ଏବଂ କିଭ୍ ପାଇଁ ସୁରକ୍ଷା ଗ୍ୟାରେଂଟିି ସମ୍ପର୍କରେ ଆଲୋଚନା କରିବାର ଏକ ବିଶେଷ ସୁଯୋଗ ପ୍ରଦାନ କରିଥିଲା । ଆଗାମୀ ମାସ ଗୁଡିକରେ ପାଟ୍ରିଅଟ କ୍ଷେପଣାସ୍ତ୍ରର ଏକ ଶୀତକାଳୀନ ପ୍ୟାକେଜ୍ ଓ ଦେଶ ମଧ୍ୟରେ ଏହି ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ଅନୁମତି ପାଇବ । ୟୁକ୍ରେନର ଦୁଇଟି ପ୍ରମୁଖ ଅଗ୍ରାଧିକାର ବିଷୟ ଥିଲା । ଯୁଦ୍ଧ ସାରିବା ଆମର ପ୍ରାଥମିକତା । ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଜେଲେନ୍ସକି । ଋଷିଆ ପ୍ରସ୍ତୁତ କି ନୁହେଁ ଜଣାନାହିଁ, ଶକ୍ତି ସମ୍ବନ୍ଧୀୟ ଅସ୍ତ୍ର ବିରତି ନେଇ ଆଲୋଚନା ହେଉଛି । ଋଷିଆ ଯଦି ଶକ୍ତି ଉପରେ ଆକ୍ରମଣ ନକରେ ତେବେ ୟୁକ୍ରେନ ଶକ୍ତି ସମ୍ବନ୍ଧୀୟ ଅସ୍ତ୍ରବିରତି ପାଇଁ ରାଜି । ପୂର୍ବରୁ ଟ୍ରମ୍ପ ୟୁକ୍ରେନ ସହ କଥା ହୋଇ ଋଷିଆ ତୈଳ ବିଶୋଧନାଗାରକୁ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରିବାକୁ ବାରଣ କରିଥିଲା । କାରଣ ଏହା ବିଶ୍ୱ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ୟୁକ୍ରେନ୍ ଓ ଇରାନ୍ ୟୁଦ୍ଧ ଯୋଗୁ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଆମେରିକାରେ ଡିଜେଲ୍ ଦର ରେକର୍ଡ ସ୍ତରରେ ପହଂଚୁଛି । ଯୁଦ୍ଧ ଯୋଗୁ ଋଷିଆ ତାର ଡିଜେଲ୍ ଇଣ୍ଡଷ୍ଟ୍ରି ଉପରୁ ନିୟନ୍ତ୍ରଣ ହରାଇସାରିଛି । ଏ ପରିସ୍ଥିତିରେ ଟ୍ରମ୍ପ ଏକ ତ୍ରିପାକ୍ଷିକ ଆଲୋଚନାର ବନେ୍ଦାବସ୍ଥ କରନ୍ତୁ ବୋଲି ଜେଲେନ୍ସ୍କି କହିଛନ୍ତି । ୟୁଦ୍ଧ ଶେଷ କରିବାକୁ ଜେଲେନ୍ସ୍କି ସିଧାସଳଖ ପୁଟିନ୍ ଓ ଟ୍ରମ୍ପଙ୍କୁ ଭେଟିବେ ବୋଲି କହିଛନ୍ତି । ସବୁ ପକ୍ଷ ପ୍ରସ୍ତୁତ ହେଲେ ମୁଁ ବି ଯୁଦ୍ଧ ରୋକିଦେବି ବୋଲି କହିଛନ୍ତି ଜେଲେନ୍ସ୍କି । ଋଷିଆ ନୁ୍ୟଜ୍ ଏଜେନ୍ସି ଅନୁସାରେ ବିଶେଷଜ୍ଞ ସ୍ତରୀୟ ଆଲୋଚନା ପୂର୍ବରୁ ପୁଟିନ୍ ଓ ଜେଲେନ୍ସକିଙ୍କ ମଧ୍ୟରେ ଆଲୋଚନା କୌଣସି ପ୍ରଭାବ ପକାଇବ ନାହିଁ । ଋଷିଆ ତାର ଆଭିମୁଖ୍ୟ ସ୍ପଷ୍ଟ ରଖିଥିବା ବେଳେ ଜେଲେନ୍ସକି ଚାହିଁଲେ ମସ୍କୋ ଆସିପାରିବେ ବୋଲି ସେ କହିଛନ୍ତି । ଇରାନ୍ ବିରୋଧୀ ୟୁଦ୍ଧ ଉପରେ ଆମେରିକା ତାର ଧ୍ୟାନ କେନ୍ଦ୍ରୀତ କରୁଥିବାରୁ କୂଟନୈତିକ ଆଲୋଚନା ବାଧାପ୍ରାପ୍ତ ହୋଇଛି । ଏହାସହ ଚୀନ ରଷ୍ଟ୍ରପତି ସି ଜିନପିଙ୍କ ସହ ମଧ୍ୟ ଯୁଦ୍ଧ ସମାପ୍ତ କରିବା ଉପରେ ଆଲୋଚନା କରିବାକୁ ଟ୍ରମ୍ପଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.