Latest Odisha News

BREAKING NEWS

Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ

ଦୁବାଇ: ୧୮୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ -ଆଭିଭ୍ ଯାଉଥିବା ଫ୍ଲାଏ ଦୁବାଇ ବିମାନର ଗତିପଥ ପରିବର୍ତ୍ତନ
କରାଯାଇଛି । ଏହାସହ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ସୂଚନା ଅନୁସାରେ ଫ୍ଲାଇଟ୍‌ଟି ତେଲ୍ -ଆଭିଭ୍ ଯାଉଥିବା ବେଳେ ହଠାତ୍ ବେଆଇନ ହସ୍ତକ୍ଷେପ ବା ଅନ୍ୟଏକ ସାଧାରଣ ଜରୁରୀକାଳୀନ ସଙ୍କେତ ଜାରି ହୋଇଥିଲା । ଫଳରେ ପାଇଲଟ୍ ବିମାନକୁ ହାଇଜ୍ୟାକ୍ ଥ୍ରେଟ୍ ଥିବା ଭାବି କିଛି ସମୟ ପରେ ସାଉଦି ଆରବ ଆଡକୁ ମୁହାଁଇ ତାବୁକ୍ ବିମାନ ବନ୍ଦରରେ ଅବତରଣ କରିଥିଲା । ପରବର୍ତ୍ତୀ ସମୟରେ ଅପହରଣ ସମ୍ଭାବନାକୁ ଖାରଜ କରାଯାଇଥିଲା । ଇସ୍ରାଏଲି ସୁରକ୍ଷା ସୁତ୍ର ଅନୁସାରେ ୭୫୦୦ ସିଗନାଲ ଇସ୍ରାଏଲୀ ବାୟୁସେନାର ଲଢୁଆ ବିମାନଗୁଡିକୁ ବିମାନ ଆଡକୁ ଘସିବକୁ ପ୍ରେରଣା ଦେଇଥିଲା । ଜରୁରୀକାଳୀନ ସିଗନାଲ ପଠାଇବା ପରେ ବିମାନଟି ଫ୍ଲାଇଟ୍‌-ଟ୍ରାକିଂ ୱେବସାଇଟରୁ କିଛି ସମୟ ପାଇଁ ଅଦୃଶ୍ୟ ହୋଇଗଲା । ଯାହା ଘଟଣା ସମ୍ପର୍କରେ ଅନିଶ୍ଚିତତାକୁ ଆହୁରି ବୃଦ୍ଧି କରିଥିଲା । ଇସ୍ରାଏଲର ସୁରକ୍ଷା ସୂତ୍ର ଅନୁସାରେ ବିମାନ ଭିତରେ ପାଇଲଟ ମାନଙ୍କ ମଧ୍ୟରେ ବିବାଦରୁ ଏହି ଘଟଣା ଘଟିଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁ ବିମାନ ସ୍ଥାନାନ୍ତର ପରେ ସେନା ଅଧିକାରୀଙ୍କ ସହ ପରାମର୍ଶ କରିଥିଲେ । ୩ଜଣ ସେନା ସୁରକ୍ଷା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସେନା ପକ୍ଷରୁ ଆଇଡିଏଫ୍ ଚିଫ୍ ଅଫ୍ ଷ୍ଟାଫ୍ ଲେଫ୍ଟନାଂଟ ଜେନେରାଲ ଘଟଣାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି । ଅଧିକାରୀଙ୍କ ମଧ୍ୟରେ ଇସ୍ରାଏଲର ବାୟୂସେନା ମୁଖ୍ୟ , ଅପରେସନ୍ସ ଡାଇରେକ୍ଟରେଟ୍ ମୁଖ୍ୟ ଏବଂ ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ୍ ମୁଖ୍ୟ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.