କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ରିଫାଇନାରୀର କୋକର ହାଇଡ୍ରୋଟ୍ରିଟର ୟୁନିଟରେ ଉଚ୍ଚ ଚାପରେ କାମ କରୁଥିବା ଏକ କୋଲ୍ଡ ସେପାରେଟର ଫାଟିଯିବା ଫଳରେ ବିରାଟ ବିିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଘଟଣା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ଅଂଚଳରୁ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚିଥିଲେ । ମୃତକ ହେଲେ ମୁଲି ନିବାସୀ ୩୦ ବର୍ଷୀୟ ମନୀଷ କର୍କେରା । ଗୁରୁତର ଶ୍ରମିକ ଜଣଙ୍କ ହେଲେ ରାଜେଶ ବାପ୍ତିଷ୍ଟ । ତାଙ୍କ ଶରୀରର ୩୫ ପ୍ରତିଶତ ଜଳିଯାାଇଥିବାରୁ ତାଙ୍କୁ ଶ୍ରୀନିବାଶ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେ ବିପଦମୁକ୍ତ ଥିବା ସହ ଆଇସିୟୁରେ ଥିବା ସୂଚନା ଦେଇଛନ୍ତି ପୋଲିସ କମିଶନ ସୁଧୀର କୁମାର ରେଡୀ । ନିଆଁ ନିୟନ୍ତ୍ରଣକୁ ଆସିବା ପରେ ଉଦ୍ଧାର କାର୍ଯ୍ୟ ବେଳେ ମନୀଷଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଆହତ ୮ଜଣଙ୍କର ଚିକିତ୍ସା ଜାରି ରହିଛି । ଏମଆରପିଏଲ କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକଙ୍କ କହିବା ଅନୁସାରେ ନିଆଁ ଲାଗିଥିବା ବିଭାଗକୁ ଅନ୍ୟ ଅଂଶ ଠାରୁ ଅଲଗା କରାଯାଇଛି । ନିଆଁ ଆୟତ ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ । ଆହତଙ୍କ ଚିକିତ୍ସାର ସମସ୍ତ ସୁବିଧା କଥା କମ୍ପାନୀ ପକ୍ଷରୁବୁଝାଯାଉଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି । ପୋଲିସ ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ସେପଟେ ବିସ୍ଫୋରଣର ପ୍ରଭାବ ଆଖପାଖ ଅଂଚଳରେ ଅନୁଭୂତ ହୋଇଛି । ଭୟାନକ ଶବ୍ଦ ଶୁଭିବା ସହ ଭୂକମ୍ପନ ଅନୁଭୂତ ହୋଇଥିବା ସୂଚନା ମିଳିଛିା ବିସ୍ଫେରାଣର ଶବ୍ଦ ବିମାନବନ୍ଦର ଯାଏ ଶୁଭିଥିବା କୁହାଯାଇଥିବା ବେଳେ ବିମାନବନ୍ଦରରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିିଛି ।
BREAKING NEWS
- Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା !
- Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
