Latest Odisha News

BREAKING NEWS

ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ , ଏବେ ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଂଚଳରେ । ବୁଧବାର ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା ମଣିଷ ଯୁବତୀ ଘରେ ଏକା ଥିବା ସମୟରେ ଘରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଲିଛି । ଘଟଣାରେ ଠୋସ୍ ପ୍ରମାଣ ମିଳିଛି, ଖୁବଶୀଘ୍ର ତଦନ୍ତ ସରିବ ବୋଲି ଡିସିପି ସର୍ବଣା ବିବେକ ଏମ କହିଛନ୍ତି । ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଗରୁ ଯୁବତୀ ଜଣଙ୍କ ଜାଣିନଥିବା କହିଛନ୍ତି । ତେଣୁ ଜଣେ ଅଜଣା ବ୍ୟକ୍ତି ଘରେ ପଶି ଏ କାଣ୍ଡ ଭିଆଇଥିବାରୁ ଯୁବତୀଙ୍କ ପ୍ରତିଦିନର ଗତିବିଧି ଉପରେ ସେ ନଜର ରଖୁଥିବା ସହ ବୁଧବାର ରାତିରେ ଘରେ ପଶି ଏପରି ନାରକୀୟ କାଣ୍ଡ ଘଟାଇଥିବା ସନ୍ଦେହ କରି ସେଦିଗରେ ମଧ୍ୟ ତଦନ୍ତ ଜାରି ରହିଛି । ପୀଡିତା ଯୁବତୀ ଜଣଙ୍କ ତାଙ୍କ ଭଉଣୀଙ୍କ ସହ ରହୁଥିଲେ । ଭଉଣୀ ଘରେ ନଥିବାର ସୁଯୋଗରେ ଘରେ ପଶିଥିଲେ ମୁଖାପିନ୍ଧା ବ୍ୟକ୍ତି । ପ୍ରଥମ ମହଲାରେ ଘର ମାଲିକ ରହୁଥିଲେ ବି ଏ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି । ଆଖପାଖରେ ଲାଗିଥିବା ସିସିଟିଭି ଯାଂଚ ଚାଲିଛି ।

Leave A Reply

Your email address will not be published.