Latest Odisha News

BREAKING NEWS

ପୁରୀ: ସମୁଦ୍ରରେ ବୁଡ଼ି ୨ କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ଅବସ୍ଥାରେ ବୁଡ଼ିଯାଇ ୨ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ଚିହ୍ନଟ ହୋଇଥିବା ୨ଜଣ ମୃତକ କଲେଜ ଛାତ୍ର ହେଲେ ଜାମସେଦପୁରର ରଜତ ପାଣ୍ଡେ (୨୨) ଏବଂ ଦିଲ୍ଲୀ ବାସିନ୍ଦା ମହମ୍ମଦ ଇବାଦ । ଏହି ଦୁଇଜଣ ଛାତ୍ର କଟକ ସିଡ଼ିଏରେ ଥିବା ପିଲୁ ମୋଦି କଲେଜର ଆର୍କିଟେକ୍ଟ ବିଭାଗର ଛାତ୍ର ।

ଘଟଣା ସମ୍ପକର୍କରେ ଜାଣିପାରି ୨ ମୃତକଙ୍କ ଶବକୁ ପୁରୀ ସମୁଦ୍ରରୁ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଲାଇଫଗାର୍ଡ଼ମାନେ ଉଦ୍ଧାର କରିଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ୫ ଜଣ ଯୁବକ ଏବଂ ଜଣେ ଯୁବତୀ ପୁରୀ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ । ହୋଟେଲ୍ ମେ ଫେୟାର୍ ବେଳାଭୂମି ନିକଟସ୍ଥ ସମୁଦ୍ରରେ ଗାଧୋଉଥିବା ବେଳେ ରଜତ ବୁଡ଼ିଯାଇଥିଲେ । ବୁଡ଼ି ଯାଉଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ମହମ୍ମଦ ମଧ୍ୟ ସମୁଦ୍ରରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ । ସମୁଦ୍ରର ଗଭୀର ସ୍ରୋତ ମଧ୍ୟରେ ଏହି ଦୁଇଜଣ ବୁଡ଼ିଯାଇଥିବା ସୂତ୍ରରୁ ପ୍ରକାଶ ।

ପୋଲିସ ୨ଟି ମୃତଦେହକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ଲାଗି ପଠାଇଦେଇଛନ୍ତି । ଏପଟେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲସ ଅନ୍ୟ ୪ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.