Latest Odisha News

BREAKING NEWS

ଐତିହାସିକ ଫୁଟବଲ୍ ମ୍ୟାଚ୍‌ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍

କୋଲକାତା: କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଐତିହାସିକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ୫ ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍ ନିକଟରୁ ଭାରତୀୟ ଦଳ ୦-୪ ଗୋଲ୍‌ରେ ପରାଜିତ ହୋଇଛି । ବ୍ରାଜିଲ୍ ପକ୍ଷରୁ ସାମୁଏଲ୍ ଲିନୋ ଦୁଇଟି ଗୋଲ୍ ଦେଇଥିବା ବେଳେ ଏଷ୍ଟେଭାଓ ଓ ପେଡ୍ରୋ ଗୋଟିଏ ଲେଖାଏଁ ଗୋଲ୍ ହାସଲ କରିଛନ୍ତି । ସୀନିୟର ପୁରୁଷ ସ୍ତରରେ ଭାରତ ଓ ବ୍ରାଜିଲ୍ ମଧ୍ୟରେ ଏହା ପ୍ରଥମ ଆନ୍ତର୍ଜାତୀୟ ମୁକାବିଲା ଥିଲା । ପ୍ରସିଦ୍ଧ କୋଚ୍ କାର୍ଲୋ ଆଞ୍ଚେଲୋଟିଙ୍କ ମାର୍ଗଦର୍ଶନରେ ଓ ରିଆଲ ମାଡ୍ରିଡ୍ ଷ୍ଟାର୍ ଭିନିସିଅସ୍ ଜୁନିୟର, ଅଧିନାୟକ ମାର୍କିନ୍ହୋସଙ୍କ ପରି ବଡ଼ ଖେଳାଳିଙ୍କ ସହ ବ୍ରାଜିଲ୍ ଦଳ ମଇଦାନକୁ ଓହ୍ଲାଇଥିଲା ।

ବ୍ରାଜିଲ୍‌‌ର ଯୁବ ତାରକା ଏଷ୍ଟେଭାଓ ଭାରତୀୟ ଡିଫେନ୍ସକୁ ଭେଦି ୨୯ତମ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ପ୍ରଥମ ହାଫ୍ ଶେଷ ହେବା ପୂର୍ବରୁ ପେଡ୍ରୋ ବ୍ରାଜିଲ୍‌ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।ଦ୍ୱିତୀୟ ହାଫ୍‌ରେ ଭାରତୀୟ ଭୁଲ୍‌ର ଫାଇଦା ଉଠାଇ ସାମୁଏଲ୍ ଲିନୋ ତୃତୀୟ ଗୋଲ୍ ଦେଇଥିଲେ । ମ୍ୟାଚ୍‌ର ଶେଷ ସମୟରେ ଲିନୋ ନିଜର ଦ୍ୱିତୀୟ ଗୋଲ୍ ଦେଇ ବ୍ରାଜିଲ୍‌ର ବିଜୟ ନିଶ୍ଚିତ କରିଥିଲେ । ଖାଲିଦ୍ ଜାମିଲଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ ଅକ୍ଟୋବର ୬ ତାରିଖରେ ଏହି ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ହିଁ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ଉରୁଗୁଏ ବିପକ୍ଷରେ ମଇଦାନକୁ ଓହ୍ଲାଇବ ।

Leave A Reply

Your email address will not be published.