Latest Odisha News

BREAKING NEWS

କରୋନା ଆତଙ୍କ: କୋଲକାତା ବିମାନ ବନ୍ଦରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: କୋଲକାତା ବିମାନ ବନ୍ଦରରେ ୨ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଭୂତାଣୁ ଚିହ୍ନଟ ହୋଇଛି । ବ୍ୟାଙ୍କକରୁ କୋଲକାତା ଫେରିଥିବା ୨ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରକ୍ତ ନମୂନା ପଜିଟିଭ ଆସିଛି । ମେଡିକାଲରେ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, ଚୀନରେ ଜାରି ରହିଛି ଘାତକ କରୋନା ଭାଇରସର ପ୍ରକୋପ । କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଚୀନରେ କରୋନା ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । କେବଳ ବୁଧିବାର ଦିନ ହିଁ ୨୪୨ ଲୋକଙ୍କ ମୃତ୍ୟୁ ହୋଇଛି । ଚୀନରେ କରୋନା ଭାଇରସ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜରୁରୀକାଳୀନ ଘୋଷଣା କରିଛି ।

Leave A Reply

Your email address will not be published.