Latest Odisha News

BREAKING NEWS

କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗାଡିରୁ ୧.୧୦ଲକ୍ଷ ଟଙ୍କା ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କ ଗାଡିରୁ ୧ ଲକ୍ଷ ୧୦ହଜାର ଟଙ୍କା ଜବତ ହୋଇଛି । ବୁଧବାର ଦିନ ତାଙ୍କ ଭବାନୀପାଟଣା ସ୍ଥିତ ଭଡା ଘର ସାମନାରେ ଗାଡିଟିକୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ସେତେବେଳେ ସିଏସଓ ଶିବ ଶଙ୍କର ଦୋରା ଗାଡିରେ ଥିଲେ ।

କଳାହାଣ୍ଡିର ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ କହିବାନୁସାରେ, ଯୋଗାଣ ଅଧିକାରୀ କିଛି ମିଲରଙ୍କ ଠାରୁ ୫ଲକ୍ଷ ଟଙ୍କା ନେଇ ତାଙ୍କ ଘରକୁ ଯାଉଥିବା ଖବର ପାଇଥିଲେ । ତା’ପରେ ଚଢ଼ଉ ବେଳେ ସେମାନଙ୍କୁ ଗାଡିରୁ ୧ଲକ୍ଷ ୧୦ ହଜାର ଟଙ୍କା ମିଳିଥିଲା । ଶିବ ଶଙ୍କର ଦୋରା ଜବତ ହୋଇଥିବା ଟଙ୍କା ବିଷୟରେ କିଛି ଉତ୍ତର ଦେଇପାରିନଥିଲେ ।”

ଏହା ସହିତ ତାଙ୍କ ନବରଙ୍ଗପୁର ସ୍ଥିତ ବାସଭବନରେ ମଧ୍ୟ କୋରାପୁଟ ଭିଜିଲାନ୍ସ ଅଧିକାରୀ ଚଢ଼ଉ କରିଛନ୍ତି ।

Leave A Reply

Your email address will not be published.