Latest Odisha News

BREAKING NEWS

Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍‌ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍

ମୁମ୍ବାଇ: ବକ୍ସ ଅଫିସ୍‌ରେ ଅଜୟ ଦେବଗନଙ୍କ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ର ଜବରଦସ୍ତ ଦବଦବା ଦେଖିବାକୁ ମିଳିଛି। ଅକ୍ଟୋବର ୨ରେ ସିନେମା ହଲ୍‌କୁ ଆସିଥିବା ଏହି ସସ୍‌ପେନ୍ସ-ଥ୍ରିଲର୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ରିଲିଜ୍ ପୂର୍ବରୁ ହିଁ ବେଶ୍ ଉତ୍ସାହ ଥିଲା। ରିଲିଜ୍ ପରେ ଏହାର ପ୍ରଭାବ ବକ୍ସ ଅଫିସ୍ କଲେକ୍ସନ୍‌ରେ ମଧ୍ୟ ଦେଖାଯାଉଛି।

ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସ୍‌ରେ ପ୍ରାୟ ୬୨ କୋଟି ଟଙ୍କାର ନେଟ୍ କଲେକ୍ସନ୍ କରିଥିଲା ‘ଦୃଶ୍ୟମ ୩’। ଏହା ସହିତ ଫିଲ୍ମଟି ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର୍ ହୋଇଥିଲା। ଏହାପରେ ଦ୍ୱିତୀୟ ଦିନରେ ମଧ୍ୟ କଲେକ୍ସନ୍‌ର ସ୍ପିଡ୍ କମିନାହିଁ। ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିଲ୍କର ରିପୋର୍ଟ ଅନୁସାରେ, ଦ୍ୱିତୀୟ ଦିନରେ ଫିଲ୍ମଟି ଭାରତରେ ପ୍ରାୟ ୫୩ କୋଟି ଟଙ୍କାର ନେଟ୍ କଲେକ୍ସନ୍ କରିଛି। ଫଳରେ ମାତ୍ର ଦୁଇ ଦିନରେ ଏହାର ଭାରତୀୟ ନେଟ୍ କଲେକ୍ସନ୍ ୧୧୫.୫୦ କୋଟିରେ ପହଞ୍ଚିଛି। ଦୁଇ ଦିନର ଗ୍ରସ୍ କଲେକ୍ସନ୍ ୧୩୮.୬୫ କୋଟି ଟଙ୍କା ହୋଇଛି।

କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳୁଛି। ଦ୍ୱିତୀୟ ଦିନରେ ବିଦେଶୀ ବଜାରରୁ ପ୍ରାୟ ୨୦ କୋଟି ଟଙ୍କା ଆୟ ହୋଇଥିବା ବେଳେ ଦୁଇ ଦିନର ବିଦେଶୀ କଲେକ୍ସନ୍ ୩୮.୫୦ କୋଟିରେ ପହଞ୍ଚିଛି। ଏହାକୁ ମିଶାଇ ଫିଲ୍ମର ୱାର୍ଲ୍ଡୱାଇଡ୍ ଗ୍ରସ୍ କଲେକ୍ସନ୍ ୧୭୭ କୋଟି ଟଙ୍କା ପାର୍ କରିଛି। ଚଳିତ ବର୍ଷର ଦ୍ୱିତୀୟ ସର୍ବବୃହତ ଓପନର୍ ଭାବେ ମଧ୍ୟ ‘ଦୃଶ୍ୟମ ୩’ ରହିଛି, ଯେତେବେଳେ ‘ଧୁରନ୍ଧର ୨’ ପ୍ରଥମ ସ୍ଥାନରେ ରହିଛି।

ଫିଲ୍ମରେ ଅଜୟ ଦେବଗନ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ଫେରିଛନ୍ତି। ତବୁ ମୀରା ଦେଶମୁଖ ଚରିତ୍ରରେ ନଜର ଆସିଥିବା ବେଳେ ଶ୍ରିୟା ସରନ, ରଜତ କପୁର, ଇଶିତା ଦତ୍ତା, ମୃଣାଲ ଯାଧବ ଓ କମଲେଶ ସାୱନ୍ତ ମଧ୍ୟ ଅଭିନୟ କରିଛନ୍ତି। ଏଥର ଜୟଦୀପ ଅହଲାୱତ ଓ ପ୍ରକାଶ ରାଜ ମଧ୍ୟ ଫ୍ରାଞ୍ଚାଇଜ୍‌ରେ ସାମିଲ ହୋଇଛନ୍ତି। କାହାଣୀ ବିଜୟ ସାଲଗାଓଁକର ଓ ତାଙ୍କ ପରିବାରକୁ ନେଇ ଆଗକୁ ବଢ଼ିଛି। ବିଜୟ ଆଇନରୁ ବଞ୍ଚିଯିବା ପରେ ପୁଣି ଏକ ନୂଆ ତଦନ୍ତ ଆରମ୍ଭ ହୁଏ। ଏଥର ଜଣେ ସିବିଆଇ ଅଧିକାରୀଙ୍କ ପ୍ରବେଶ ହେବା ସହ ବିଜୟଙ୍କ ପରିବାର ପୁଣି ଅସୁବିଧାରେ ପଡ଼େ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ପାଠକ। ଆମିଲ କିୟାନ ଖାନ ଓ ପରଭେଜ ଶେଖଙ୍କ ସହ ମିଶି ସେ କାହାଣୀ ଲେଖିଛନ୍ତି। ପ୍ରଥମ ଦୁଇଟି ‘ଦୃଶ୍ୟମ’ ଫିଲ୍ମ ମାଲାୟାଲମ୍ ମୂଳ କାହାଣୀକୁ ଅନୁସରଣ କରିଥିବା ବେଳେ, ତୃତୀୟ ଭାଗ ପାଇଁ ହିନ୍ଦୀ ଫ୍ରାଞ୍ଚାଇଜ୍ ଏକ ନୂଆ କାହାଣୀ ଓ ନୂଆ ରାସ୍ତା ବାଛିଛି। ଏହି କାରଣରୁ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ ହିନ୍ଦୀ ଫ୍ରାଞ୍ଚାଇଜ୍‌ର ପ୍ରଥମ ଦୁଇ ଭାଗଠାରୁ ଅଲଗା। ଅନ୍ୟପଟେ, ମାଲାୟାଲମ୍ ଫ୍ରାଞ୍ଚାଇଜ୍‌ର ଚତୁର୍ଥ ଭାଗ ନେଇ ଜିତୁ ଜୋସେଫ ଘୋଷଣା କରିସାରିଛନ୍ତି।

Leave A Reply

Your email address will not be published.