Latest Odisha News

BREAKING NEWS

ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ

ଜୟପୁର:ପାର୍ବଣ ପୂର୍ବରୁ ନିଶା କାରବାରୀଙ୍କ ଉପରେ ପୋଲିସର ଏହା ବଡ଼ ଆକ୍ସନ । ଜୟପୁରରେ ବ୍ରାଉନସୁଗର ବିକ୍ରି କରିବାକୁ ଯୋଜନା କରୁଥିଲେ ବ୍ରାଉନସୁଗର ବେପାରୀ । ଖବରପାଇ ୬ଜଣ ଆନ୍ତଃଜିଲ୍ଲା ନିଶା କାରବାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୪୦୩ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ।  ଯାହାର ବଜାର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏଥିସହ ଏମାନଙ୍କଠାରୁ ମାରଣାସ୍ତ୍ର ସହ ୮ଟି ମୋବାଇଲ, ଗୋଟିଏ କାର୍ ଏବଂ ୨୦ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ୬ଜଣ ଆନ୍ତଃଜିଲ୍ଲା ନିଶା କାରବାରୀଙ୍କ ଘର କୋରାପୁଟ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ।

ସୂଚନାଥାଉକି, ଏମାନେ ବିଭିନ୍ନ ସ୍ଥାନକୁ ବୁଲି ଏପରି ନିଶା କାରବାର କରନ୍ତି । ଏମାନଙ୍କ ନାଁରେ ମଧ୍ୟ ପୂର୍ବରୁ ଅପରାଧୀକ ମାମଲା ରହିଛି । ଗତକାଲି ଏମାନେ ଜୟପୁରରେ ବ୍ରାଉନସୁଗର ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ପୋଲିସ ଖବରପାଇ ଏମାନଙ୍କୁ କାବୁ କରିଛି ।

Leave A Reply

Your email address will not be published.