ଭୁବନେଶ୍ୱର: ‘ହବିଷ୍ୟାଳୀ ୨୦୨୬’ ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ଅକ୍ଟୋବର ୬ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବ। ଇଚ୍ଛୁକ ହବିଷ୍ୟାଳୀ ମାନେ https://edistrict.odisha.gov.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।
ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଏହି ଅନଲାଇନ୍ ରେଜିଷ୍ଟ୍ରେସନ୍। ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି। ଚଳିତ ବର୍ଷ ପୁରୀରେ ୩୦ ଜିଲ୍ଲାରୁ ୨୫୦୦ ହବିଷ୍ୟାଳି ରହିବାକୁ ଯୋଜନା କରାଯାଇଛି।
ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ ବ୍ୟବସ୍ଥା କରାଯାଇଛି।ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା
ଏହା ବ୍ୟତୀତ ସେମାନଙ୍କ ପାଇଁ ସୁବିଧାଜନକ ରହଣି ଓ ଜଗନ୍ନାଥ ମନ୍ଦିରରେ ଦର୍ଶନ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ନିୟୋଜନ, ସ୍ୱାସ୍ଥ୍ୟସେବା ଏବଂ ଭଜନ-କୀର୍ତ୍ତନ ଆଦି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ‘ହବିଷ୍ୟାଳୀ ଯୋଜନା’କୁ ସଫଳ କରିବା ପାଇଁ ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।

