Latest Odisha News

BREAKING NEWS

IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…

ଭୁବନେଶ୍ୱର: ଓଡ଼ିଶା ସରକାର ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏଥିସହିତ ସାତ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। ୨୦୧୯  ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଅନନ୍ୟା ଦାସଙ୍କୁ ନବରଙ୍ଗପୁରର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି।

ଏକ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଉପ-ସଚିବ ଭାବେ କାର୍ଯ୍ୟରତ ଅନନ୍ୟା ଦାସ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସ୍ଥାନ ନେବେ।

୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ନବରଙ୍ଗପୁରର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅଦଳବଦଳ ପ୍ରକ୍ରିୟାରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜନାଲ୍ କୋର୍ଟର ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ପ୍ରଦୀପ କୁମାର ନାୟକ (ଆଇଏଏସ୍, SCS-୨୦୧୪) ଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ବର୍ତ୍ତମାନ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟରତ ମଧୁସୂଦନ ଦାଶ (ଆଇଏଏସ୍, SCS-୨୦୧୪) ଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ଅନ୍ୟପକ୍ଷରେ ୨୦୨୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ମଧୁମିତା, ଯିଏକି ପ୍ରସୂତିକାଳୀନ ଛୁଟି ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଥିଲେ। ତାଙ୍କୁ ନୂଆପଡ଼ାର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି।

୨୦୨୩ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଣ୍ଡର ସେକ୍ରେଟାରୀ (ଅଧସ୍ତନ ସଚିବ) ଅଶନି ଏ.ଏଲ୍. ଙ୍କୁ ଭବାନୀପାଟଣାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.