ଉତ୍ତରାଖଣ୍ଡରୁ ଦିଲ୍ଲୀ ଅଙ୍କିତା ନିଆଁ, ସରକାରଙ୍କୁ ୨୪ ଘଂଟାର ଅଲଟିମେଟମ
ସିକ୍କିମର ନୂଆ ରାଜ୍ୟପାଳ ଦୁଷ୍ୟନ୍ତ କୁମାର ଗୌତମଙ୍କ ନିଯୁକ୍ତି ରଦ୍ଦ ଦାବି
ଦିଲ୍ଲୀ: ଦୁଷ୍ୟନ୍ତ କୁମାର ଗୌତମଙ୍କ ନିଯୁକ୍ତି ରଦ୍ଦ କର । ସରକାରଙ୍କୁ ୨୪ ଘଂଟାର ଅଲଟିମେଟମ ଦେଲେ ମୃତ ଅଙ୍କିତା ଭଣ୍ଡାରୀଙ୍କ ପରିବାରଲୋକ । ଦାବି ପୂରଣ ନହେଲେ ଦେଶବ୍ୟାପୀ ହେବ ଆନ୍ଦୋଳନ । ନିଯୁକ୍ତିରେ ରୋକ୍ ନଲଗାଇଲେ ଦୁଷ୍ୟନ୍ତ ଅଙ୍କିତାଙ୍କୁ ମାରିଥିବା ଅଭିଯୋଗ କରିବୁ ବୋଲି ଚେତାବନୀ ଦେଇଛନ୍ତି ପରିବାରଲୋକ । ସୂଚନା ଅନୁସାରେ ଅକ୍ଟୋବର ୧୨ ସୋମବାର ଦେଶରେ ୬ଟି ରାଜ୍ୟରେ ରାଜ୍ୟପାଳଙ୍କ ନିଯୁକ୍ତି ହୋଇଥିଲା । ସିକ୍କିମ ରାଜ୍ୟପାଳ ଭାବେ ଦୁଷ୍ୟନ୍ତ ଗୌତମଙ୍କୁ ନିଯୁକ୍ତି ଖବର ଶୁଣି ଅଙ୍କିତାଙ୍କ ପରିବାର ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଶାନ୍ତିର୍ପୂଣ୍ଣ ଧାରଣା ଦେଇଥିଲେ । ଝିଅକୁ ନ୍ୟାୟ ଦାବି ଓ ସିକ୍କିମର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଦୁଷ୍ୟନ୍ତ କୁମାର ଗୌତମଙ୍କ ନିଯୁକ୍ତିକୁ ବିରୋଧ କରି ଅନଶନରେ ବସିଥିଲେ ମୃତ ଅଙ୍କିତାଙ୍କ ପରିବାର । ଏହି ପରିବାରକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ପ୍ରୀୟଙ୍କା ଗାନ୍ଧୀ । ତେବେ ଗତକାଲି ରାତି ଅଧରେ ପୋଲିସ ସେମାନଙ୍କୁ ଉଠାଇନେଇଥିବା ବେଳେ ସକାଳ ୫ଟାରେ ଛାଡିଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍ୟନ୍ତ ଗୌତମଙ୍କ ନା ଚର୍ଚ୍ଚାରେ ରହିଛି । ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ସରିନଥିବା ବେଳେ ଦୁଷ୍ୟନ୍ତଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ତାଙ୍କୁ ସିକିମ୍ ରାଜ୍ୟପାଳ ଭାବେ ନିଯୁୁକ୍ତି ଦେଇଥିବା ପରିବାର ଅଭିଯୋଗ କରିଛନ୍ତି । ତେଣୁ ତଦନ୍ତ ନସରିବା ଯାଏ ଦୁଷ୍ୟନ୍ତଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଉ ବୋଲି ମହାମହିମ ରଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ପରିବାର । ଏଥିପାଇଁ ସରକାରଙ୍କୁ ୨୪ ଘଂଟାର ଟାଇମ୍ ଦେଇଛନ୍ତି । ନଚେତ୍ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ପରିବାର ଚେତାବନୀ ଦେଇଛି ।
ଉତ୍ତରାଖଣ୍ଡ ପ୍ରଦେଶ ଅଧ୍ୟକ୍ଷ ଗଣେଶ ଗୋଦିୟାଲ ମଙ୍ଗଳବାର ଦୁଷ୍ୟନ୍ତ ଗୌତମଙ୍କ ନିଯୁକ୍ତି ନିଷ୍ପତ୍ତି ବିରୋଧରେ ଡେହରାଡୁନ୍ ଗାନ୍ଧିପାର୍କ ସ୍ଥିତ ମହାତ୍ମାଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । କଂଗ୍ରେସ ଏହି ପ୍ରସଙ୍ଗକୁ ମହିଳା ସୁରକ୍ଷା, ନ୍ୟାୟ ଓ ଉତ୍ତରାଖଣ୍ଡ ଜନଭାବନା ସହ ଯୋଡି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କୁରଛି । ସୂଚନା ଅନୁସାରେ ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀ ଋଷିକେଶର ଏକ ରିଜର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ । ୨୦୨୨ସେପଟେମ୍ବର ୧୮ରେ ତାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ମାରିଦିଆଯାଇଥିଲା ।

