ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ କାମ କରିବା ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହେବା ପରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଗୁରୁବାର ସ୍ପଷ୍ଟୀକରଣ ରଖିଛନ୍ତି।
ପଦଭାର ଗ୍ରହଣ କରିବା ପରେ ଓଡ଼ିଶାରେ ବିଜେପି ସଂଗଠନକୁ ମଜବୁତ କରିବା ନେଇ ତାଙ୍କ ବିଷୟରେ ଯେଉଁ ଚର୍ଚ୍ଚା ହେଉଥିଲା। ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ନବନିଯୁକ୍ତ ରାଜ୍ୟପାଳ ଏଭଳି କୌଣସି ମନ୍ତବ୍ୟ ଦେଇ ନଥିବା କହିଛନ୍ତି।ମୁଁ କହିଥିଲି ଯେ ମୁଁ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବି। ସମସ୍ତଙ୍କ ସହ ମିଶି କାମ କରିବେ ଏବଂ ବର୍ତ୍ତମାନ ଦଳୀୟ ରାଜନୀତିର ଊର୍ଦ୍ଧ୍ୱରେ ଅଛି, କିନ୍ତୁ ମୁଁ ଯେଉଁ ଦଳରୁ ଆସିଛି, ତାହା ମୋ ପାଇଁ ସମ୍ପତ୍ତି ସଦୃଶ।ସେହି ଦଳ ପ୍ରତି ମୋର ସ୍ନେହ ଓ ଭଲପାଇବା ସର୍ବଦା ରହିବ। କିନ୍ତୁ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ। ଆମେ ସମସ୍ତଙ୍କର ଏବଂ ସମସ୍ତେ ଆମର,” ବୋଲି ସେ ସ୍ପଷ୍ଟ କରିଛନ୍ତି।
ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଓଡ଼ିଶାରେ ବିଜେପିର ସଂଗଠନକୁ ମଜବୁତ କରିବାକୁ ଇଚ୍ଛା ପ୍ରକାଶ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଥିଲା। ଯାହାପରେ ଓଡ଼ିଶାରେ ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ, ରାଜ୍ୟରେ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ତାଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡରୁ ତିନି ଥର ସାଂସଦ ରହିସାରିଥିବା ବ୍ରଜ ମୋହନ ରାମଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୧୨ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।

