ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଶ୍ୱସ୍ତ । ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ । ନିର୍ଦ୍ଦୋଶ ସାବ୍ୟସ୍ତ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ସମ୍ମାନ ଜଣାଇଛି ବିଜେଡି ଏବଂ ପ୍ରେସବିବୃତି ଜରିଆରେ ସ୍ୱାଗତ କରିଛିା ରାୟରୁ ସମ୍ପୁଣ୍ଣ ର୍ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି । ରାଜନୈତିକ ଅପପ୍ରଚାର ନୁହେଁ ବୋଲି କହିବା ସହ ଆଇନ ପ୍ରମାଣ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟର ଶୁଣାଣି ହୋଇଛି । ସତ୍ୟକୁ ସାମୟିକ ଭାବେ ଆଢୁଆଳରେ ରଖାୟାଇପାରୋ କିନ୍ତୁ ସବୁଦିନ ପାଇଁ ଲୁଚେଇ ହେବନାହିଁ ବୋଲି ବିଜେଡି ପ୍ରେସବିବୃତିରେ କହିଛି । ରାଜନୀତିରେ ଅଭିୟୋଗ, ଆରୋପ, ପ୍ରତ୍ୟାରୋପ ଓ ଅପପ୍ରଚାର ହୋଇପାରେ । କିନ୍ତୁ ନ୍ୟାୟର ମୂଳଦୁଆ ହେଉଛି ଆଇନର ଶାସନ ଓ ପ୍ରମାଣା ରାଜନୈତିକ ବାକଚାତୁରୀ କିମ୍ବା ଅପପ୍ରଚାର ନୁହେଁ ବୋଲି ବିଜେଡି କହିଛି । ମାନ୍ୟବର ଅଦାଲତଙ୍କ ଆଦେଶକୁ ବିଜେଡି ସ୍ୱାଗତ କରିଛି । ପ୍ରତ୍ୟେକ ବ୍ୟକ୍ତି ନ୍ୟାୟ ପାଇବାର ହକଦାର । ତେଣୁ ପ୍ରତାପ ଜେନା କୌଣସି ଭୁଲ କରିନାହାନ୍ତି ତେଣୁ ସେ ଆଜି ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଛନ୍ତି ବୋଲି ବିଜେଡି କହିଛ । ସତ୍ୟ, ନ୍ୟାୟ ଓ ସତ୍ନିଷ୍ଠା ହେଉଛି ଧର୍ମର ମୌଳିକ ସିଦ୍ଧାନ୍ତ । ବିଜେଡି ନ୍ୟାୟିକ ପ୍ରକ୍ରିୟା ଉପରେ ସଦୟ ଆସ୍ଥା ରଖିଛି ଏବଂ ଦୃଢ଼ ଭାବେ ମତ ପୋଷଣ କରୁଛି ଯେ ରାଜନୈତିକ ହସ୍ତକ୍ଷେପ କିମ୍ୱା ପୂର୍ବାଗ୍ରହ ବିନା ଆଇନ ତା ବାଟରେ ନିଜ କାିମ କରିବା ଉଚିତ ।
BREAKING NEWS
- Pm Called Braj Mohan: ୧୦ ଥର କଲ୍ କଲେ ପିଏମ୍ ମୋଦୀ! ଉଠାଇଲେନି ନୂଆ ରାଜ୍ୟପାଳ…
- ମାହାଙ୍ଗା ମାମଲା, ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍
- ମୁଁ ଏଭଳି କିଛି କହିନି; ବିବାଦ ପରେ ମୁହଁ ଖୋଲିଲେ ନବନିଯୁକ୍ତ ରାଜ୍ୟପାଳ…
- ଧର୍ମ ପରିବର୍ତ୍ତନ ପରେ ମିଳିବନି ବିସି-ମୁସଲିମ କୋଟା ସୁବିଧା: ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ଅଭିନେତା ବନିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ‘ଲବ-କୁଶ ରାମଲୀଳା’ରେ…
- ପାକିସ୍ତାନରେ ଭୁଶୁଡିଲା ସ୍କୁଲ ଛାତ, ୨୮ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ମୃତ
- SI ପେପର ଲିକ୍ ମାମଲା: ୧୨ଟି ସ୍ଥାନରେ EDର ଚଢ଼ାଉ
- ଉତ୍ତରାଖଣ୍ଡରୁ ଦିଲ୍ଲୀ ଅଙ୍କିତା ନିଆଁ, ସରକାରଙ୍କୁ ୨୪ ଘଂଟାର ଅଲଟିମେଟମ
- Unknown Callers: ଏବେ ଅଜଣା କଲ୍ରୁ ମିଳିବ ମୁକ୍ତି! ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…ଏମିତି ଜାଣିବେ ଆପଣଙ୍କୁ କିଏ କରିଛି କଲ୍…
- ଆଜି ୧୩ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ଜାଣନ୍ତୁ…
