Latest Odisha News

BREAKING NEWS

ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ପୁଅର କାର୍ଯ୍ୟକଳାପ ଅସହ୍ୟ ହେବାରୁ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିଲେ ବାପା। ଛୁରାମାଡ଼ ପରେ ପୁଅ ବଞ୍ଚି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଏହି ଅଭାବନୀୟ କାଣ୍ଡ ଘଟିଛି । ହତ୍ୟା ଉଦ୍ୟମ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାପା ଚନ୍ଦନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନାନୁସାରେ, ଚନ୍ଦନ ତାଙ୍କ ପୁଅ ନିହାର ନାୟକଙ୍କ କାର୍ଯ୍ୟକଳାପରେ ଖୁସି ନଥିଲେ। ଶନିବାର ନିହାର ଶୋଇଥିବା ସମୟରେ ସେ ପୂର୍ବ ପ୍ରସ୍ତୁତି ଅନୁସାରେ ୨ଟି ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ନିହାର ପେଟକୁ ଛୁରି ଭୁସିବା ବେଳେ ସେ ଉଠି ପଡ଼ିବାରୁ ଛୁରି ତା ପିଠିରେ ପଶି ଯାଇଥିଲା। ନିହାରଙ୍କ ଚିତ୍କାର ଶୁଣି ଜେଜେ ମା’ ଓ ମା’ ଉଠି ପଡ଼ିଥିଲେ । ତଥାପି ଚନ୍ଦନ ନିହାରକୁ ପୁଣି ଛୁରି ଭୁସିବା ପାଇଁ ଉଦ୍ୟମ କଲାବେଳେ ସ୍ତ୍ରୀ ଓ ମା’ ତାକୁ ଧରି ପକାଇଥିଲେ । ପାଟି ଶୁଣି ପଡ଼ୋଶୀମାନେ ମଧ୍ୟ ଉଠି ଆସିଥିଲେ । ଚନ୍ଦନ ସେମାନଙ୍କୁ ଠେଲାପେଲା କରି ପୁଣି ନିହାରଙ୍କୁ ଛୁରିରେ ଆକ୍ରମଣ କରିବାକୁ ଉଦ୍ୟମ କଲାବେଳେ ସମସ୍ତେ ମିଶି ତାଙ୍କୁ କାବୁ କରି ନେଇଥିଲେ । ହେଲେ ସେ ଖସି ପଳାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିହାରକୁ ଲୋକେ ଉଦ୍ଧର କରି କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ଏମ୍‌ସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏନେଇ ନିହାରଙ୍କ ମା’ ଅମିତା ନାୟକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ରବିବାର ସକାଳେ ପୋଲିସ ବାପୁଜୀନଗର ଅଞ୍ଚଳରୁ ଚନ୍ଦନକୁ ଗିରଫ କରିବା ସହ ତାଙ୍କ ନିକଟରୁ ଦୁଇଟି ଛୁରି ଜବତ କରିଥିଲା । ଅପରାହ୍ଣରେ ଚନ୍ଦନକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.