ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ କ୍ରିକେଟକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ସବ୍ବିନେନୀ ମେଘନା ମାତ୍ର ୩୦ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ମେଘନା ୨୦ ନଭେମ୍ବର ୨୦୧୬ ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଟି୨୦ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ଭାରତ ପାଇଁ ୩ଟି ଦିନିକିଆ ଏବଂ ୧୭ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ୨୦୧୬ ଏବଂ ୨୦୨୨ ମହିଳା ଟି-୨୦ ଏସିଆ କପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ।
ଏହାଛଡ଼ା ୨୦୨୨ ବର୍ମିଂହାମ କମନ୍ୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଟିମ୍ରେ ମଧ୍ୟ ସାମିଲ୍ ଥିଲେ । ଡବ୍ଲ୍ୟୁପିଏଲରେ ସେ ଗୁଜରାଟ ଜାଏଣ୍ଟ୍ସ ଏବଂ ଆରସିବି ପକ୍ଷରୁ ଖେଳିଛନ୍ତି । ସେ ୨୦୨୪ରେ ଆରସିବି ପକ୍ଷରୁ ଡବ୍ଲ୍ୟୁପିଏଲ୍ ଟାଇଟଲ୍ ଜିତିଥିବା ଦଳର ମଧ୍ୟ ଏକ ଅଂଶ ଥିଲେ । ଅବସର ପରେ ମେଘନା ଭବଷ୍ୟତରେ ଯୁବ ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ଏବଂ କ୍ରିକେଟ୍ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

