Latest Odisha News

BREAKING NEWS

ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହେଉଛି ‘ଅର୍ଣ୍ଣବ’; ଆନ୍ଧ୍ରପ୍ରଦେଶରେ ୩ ମୃତ, ଓଡ଼ିଶାରେ ପ୍ରଭାବ…

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଗତ କିଛି ଘଣ୍ଟା ଧରି ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଛି। ତେବେ ଏହା ମଙ୍ଗଳବାର ଭୋର ପ୍ରାୟ ୩:୩୦ ସମୟରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା, ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା।

ଅକ୍ଟୋବର ୨୮ ସକାଳ ୫:୩୦ ସୁଦ୍ଧା ଅର୍ଣ୍ଣବ ଏକ ଅତି ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗ ଥିଲା।

ବାତ୍ୟା ପ୍ରଭାବରେ ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା ହେବ କହିଛନ୍ତି ଆଇଏମ୍‌ଡ଼ି ଡ଼ିଜି । ଆଜି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପବନ ବହିବାକୁ ଥିବାବେଳେ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାମାନଙ୍କରେ ୪୫ରୁ ୫୫ କିମି ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ନଦୀର ଜଳସ୍ତର ବଢିବାର ସମ୍ଭାବନା ଥିବାବେଳେ ସହର ମଧ୍ୟ ଜଳାର୍ଣ୍ଣବ ହୋଇପାରେ ।

ଆନ୍ଧ୍ର ପ୍ରଦେଶର କାକିନାଡ଼ା ସମେତ ଅନେକ ସ୍ଥାନରେ ହୋଇଥିବା ପ୍ରବଳ ପବନରେ ଅନେକ ଗଛ ଭାଙ୍ଗି ଯାଇଛି। ଏଥିଯୋଗୁ କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ବାତ୍ୟା ଫଳରେ ଆନ୍ଧ୍ର ପ୍ରଦେଶରେ ୩ ଜଣଙ୍କ ଜୀବନ ଯାଇଛି। ସେହିପରି କାକିନାଡ଼ାରେ ଉପୁଡ଼ି ପଡ଼ିଛି ଶତାଧିକ ଗଛ ଓ ବିଦ୍ୟୁତ ଖୁଣ୍ଟ। ଏପରିକି ସମୁଦ୍ର ଢେଉ ମାଡ଼ି ଆସି ସଂପୂର୍ଣ୍ଣ ଧୋଇଯାଇଛି ଉପାଡ଼ା କୋଷ୍ଟାଲ ରାସ୍ତା।

ବୁଧବାର ସନ୍ଧ୍ୟା ୫:୩୦ ପରେ ଘୂର୍ଣ୍ଣିଝଡ଼ ଦୁର୍ବଳ ହେବାର ସମ୍ଭାବନା ଅଛି। ସନ୍ଧ୍ୟା ୫:୩୦ ସୁଦ୍ଧା ପବନର ବେଗ ୮୫ କିଲୋମିଟରରେ ପହଞ୍ଚିବ। ୨୯ ଅକ୍ଟୋବର ସକାଳ ୫:୩୦ ସୁଦ୍ଧା ପବନ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ୫:୩୦ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୫ କିଲୋମିଟରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

 

Leave A Reply

Your email address will not be published.