Latest Odisha News

BREAKING NEWS

ବାତ୍ୟା ପରେ ଡରାଉଛି ଆଉ ଏକ ଲଘୁଚାପ…

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓଡ଼ିଶାରୁ ଯାଇନଥିବା ବେଳେ ଆଉ ଏକ ଲଘୁଚାପ ଆସୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । କିନ୍ତୁ ତାହା ଅବପାତ ହେବ କିମ୍ବା ବାତ୍ୟା ହେବ, ତା’ର ପୂର୍ବାନୁମାନ କରାଯାଇନାହିଁ । ତା’ର ପୂର୍ବାନୁମାନ କଲା ପରେ ତାହା କେଉଁ ଉପକୂଳ ଯିବ ଓ କେତେ ତୀବ୍ରତାରେ ପହଞ୍ଚିବ, ପରେ ତା’ର ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

କିଛି ବିଦେଶୀ ସଂସ୍ଥା ମଧ୍ୟ ଘୂର୍ଣ୍ଣିବଳୟକୁ ନେଇ ଅକଳନ କରିଛନ୍ତି। ସେମାନଙ୍କ ଅନୁସାରେ, ୩୦ ତାରିଖ ଆଡ଼କୁ ଏହି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହେବ ଏବଂ ନଭେମ୍ବର ୧ ତାରିଖ ବେଳକୁ ଗଞ୍ଜାମରୁ ବାଲେଶ୍ୱର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ସେହିପରି ୟୁରୋପିଆନ ମଡେଲ ଇସିଏମ୍ଡବ୍ଲ୍ୟୁଏଫ ଆକଳନ କରିଛି ଯେ ଏହି ସିଷ୍ଟମ ଲଘୁଚାପରେ ହିଁ ସୀମିତ ରହିବ। ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଜି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପବନ ବହିବାକୁ ଥିବା ବେଳେ ଛତିଶଗଡ଼କୁ ଲାଗିଥିବା ଜିଲ୍ଲା ମାନଙ୍କରେ ୪୫ରୁ ୫୫ କିମି ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ନଦୀର ଜଳସ୍ତର ବଢିବାର ସମ୍ଭାବନା ଥିବାବେଳେ ସହର ମଧ୍ୟ ଜଳାର୍ଣ୍ଣବ ହୋଇପାରେ ।

Leave A Reply

Your email address will not be published.