Latest Odisha News

BREAKING NEWS

ଆଇପିଏଲ୍ ୨୦୨୭: ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚିଂ ଷ୍ଟାଫ୍ ଘୋଷଣା, ପୋଲାର୍ଡଙ୍କ ସହ ଯୋଡ଼ିହେଲେ ଉଥାପା ଓ ମ୍ୟାକକ୍ଲେନାଘାନ୍

ଆଗାମୀ ଆଇପିଏଲ୍ ୨୦୨୭ ସିଜନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ନୂତନ କୋଚିଂ ଷ୍ଟାଫ୍ ଘୋଷଣା କରିଛି। ଦଳର ମୁଖ୍ୟ କୋଚ୍ କିରନ୍ ପୋଲାର୍ଡଙ୍କ ନେତୃତ୍ବରେ ଗଠିତ ଏହି ନୂଆ ସପୋର୍ଟ ଷ୍ଟାଫ୍‌ରେ ରବିନ୍ ଉଥାପା, ମିଚେଲ୍ ମ୍ୟାକକ୍ଲେନାଘାନ୍, ଟି. ଦିଲୀପ ଏବଂ ଧୱଲ କୁଲକର୍ଣ୍ଣୀ ସାମିଲ ହୋଇଛନ୍ତି।

ପୂର୍ବତନ ଭାରତୀୟ ବ୍ୟାଟର ରବିନ୍ ଉଥାପାଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ୱ ମିଳିଥିବା ବେଳେ ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ମିଚେଲ୍ ମ୍ୟାକକ୍ଲେନାଘାନ୍‌ଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଭାରତୀୟ ଜାତୀୟ ଦଳର ସଫଳ କୋଚିଂ ସେଟ୍‌ଅପ୍‌ର ଅଂଶବିଶେଷ ରହିସାରିଥିବା ଟି. ଦିଲୀପ ଫିଲ୍ଡିଂ କୋଚ୍ ଦାୟିତ୍ୱ ସମ୍ଭାଳିବେ। ଅନ୍ୟପଟେ ମୁମ୍ବାଇର ପୂର୍ବତନ ଖେଳାଳି ଧୱଲ କୁଲକର୍ଣ୍ଣୀଙ୍କୁ ଡେଭଲପମେଣ୍ଟ ବୋଲିଂ କୋଚ୍ ଭାବେ ଦଳ ସହ ଯୋଡ଼ାଯାଇଛି, ଯିଏ ବର୍ଷସାରା ଯୁବ ଭାରତୀୟ ବୋଲରଙ୍କ ଦକ୍ଷତା ବୃଦ୍ଧିରେ କାର୍ଯ୍ୟ କରିବେ।

ଉଥାପା, ମ୍ୟାକକ୍ଲେନାଘାନ୍ ଏବଂ କୁଲକର୍ଣ୍ଣୀ ପୂର୍ବରୁ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିନିଧିତ୍ୱ କରିସାରିଛନ୍ତି। ଦଳର ମୁଖ୍ୟ କୋଚ୍ କିରନ୍ ପୋଲାର୍ଡଙ୍କ ସହ ଏହି ସମସ୍ତ ନୂଆ କୋଚ୍ ମିଶି ମୁମ୍ବାଇର ବିଜୟୀ ମାନସିକତା ଏବଂ ଯୁବ ପ୍ରତିଭାଙ୍କୁ ଆଗକୁ ନେବାର ପରମ୍ପରାକୁ ଅଧିକ ମଜବୁତ୍ କରିବେ।

ଫ୍ରାଞ୍ଚାଇଜି ଅନୁସାରେ, ଏହି ଅଭିଜ୍ଞ କୋଚିଂ ଷ୍ଟାଫ ଦଳରେ ଏକ ଉଚ୍ଚମାନର ପ୍ରଦର୍ଶନ ପରିବେଶ ସୃଷ୍ଟି କରିବା ସହ ଆଗାମୀ ସିଜନ୍‌ ପାଇଁ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

Leave A Reply

Your email address will not be published.