କେନ୍ଦ୍ରାପଡ଼ା: ମାର୍ଶାଘାଇ ଅନ୍ତର୍ଗତ କୁଦାନଗରୀ ଥାନା ମହାରକୁଳ ନିକଟ ଲୁଣା ନଦୀ ବନ୍ଧରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି।ମୃତଦେହଟି ନଦୀ ବନ୍ଧ କଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି।
ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବାରୁ ଏହା ଏକ ଏକପ୍ରକାର ଜଘନ୍ୟ ହତ୍ୟାକାଣ୍ଡବୋଲି ସନ୍ଦେହ କରାଯାଉଛି। ଖବର ଲେଖା ହେବା ବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି। ପୋଲିସ ପହଞ୍ଚିବା ପରେ ମୃତଦେହର ପରିଚୟ ଏବଂ ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଆଶା କରାଯାଉଛି।
ମୃତ୍ୟୁର କାରଣ ଜାଣିବା ଏବଂ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପୋଲିସ ଏହି ଘଟଣା ସହ ଜଡ଼ିତ ସମସ୍ତ ସ୍ଥିତି ତଦନ୍ତ କରୁଛି। ମହିଳାଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ମାମଲାକୁ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

