ବ୍ୟୁରୋ: ବାତ୍ୟା ଯାଇଛି, ଏବେ ବନ୍ୟା ସ୍ଥିତି । ରାଜ୍ୟରେ ଗଂଜାମ, ଗଜପତି, ସେପଟେ ଆନ୍ଧ୍ରରେ ବନ୍ୟାର ଭୟଙ୍କର ପରିସ୍ଥିତି । ରାସ୍ତାଘାଟ- ଚାଷ ଜମି ସବୁ ପାଣିରେ ଏକାକାର । ସେହିପରି ଟ୍ରେନ୍ ଟ୍ରାକ୍ରେ ବି ଚାଲୁଛି ବନ୍ୟାପାଣି । ଫଳରେ କିଛି ଟ୍ରେନ୍ ଆଜିପାଇଁ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍ର ଯାତାୟତ ସମୟ ପରିବର୍ତ୍ତନ କରାଯାଇଛି । ଦକ୍ଷିଣ ମଧ୍ୟ ରେଲୱେ ପକ୍ଷରୁ ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ଟି ଟ୍ରେନ୍ ବାତିଲ୍ କରାଯାଇଛି । ଶୁକ୍ରବାର ୪ଟି ଟ୍ରେନର ସମୟ ପରିବର୍ତ୍ତନ ହୋଇଛି । ଇଚ୍ଛାପୁରମ୍ ନିିକଟରେ ଟ୍ରେନ୍ ଟ୍ରାକରେ ପାଣି ପ୍ରବାହିତ ହେଉଥିବାରୁ ଟ୍ରେନ୍ ବାତିଲ ହୋଇଛି । ହାୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ ସକାଳ ୮ଟା ୨୫ରେ ବାହାରିବା ପରିବର୍ତ୍ତେ ୨ଟା ୪୫ରେ ବାହିରିଛି । ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ୍ ବିଶାଖା ଏକ୍ସପ୍ରେସ୍ ସକାଳ ୮ଟାରେ ବାହାରିବା ପରିବର୍ତ୍ତେ ୧୦ଟା ୩୦ରେ ବାହାରିଛି । ସିକନ୍ଦରାବାଦ୍ ସାଲିମାର ଏକ୍ସପ୍ରେସ୍ ୩ଟା ୫୫ରେ ବାହାରିବାର ଥିଲା ଯାହା ସନ୍ଧ୍ୟା ୬ଟାକୁ ରିସିଡୁ୍ୟଲ୍ ହୋଇଛି । ଚାର୍ଲାପଲ୍ଲୀ-ସାଲିମାର ଏକ୍ସପ୍ରେସ୍ ଆସନ୍ତାକାଲି ସକାଳ ୮ଟା ୪୦ରେ ବାହାରିବାକୁ ସ୍ଥିର ହୋଇଛି ।
BREAKING NEWS
- Glacial Lake Outburst: ଭୁଟାନରେ ଫାଟିଲା ଗ୍ଲାସିୟର ହ୍ରଦ, ଭାରତରେ ବନ୍ୟା ଆତଙ୍କ! ୧୦ ହଜାର ଲୋକ ସ୍ଥାନାନ୍ତର, ସାଇରନ୍ ବଜାଇ ଲୋକଙ୍କୁ ସତର୍କ କଲା ପ୍ରଶାସନ…
- Cyclone Arnab Effect: ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ ଟ୍ରେନ୍ ବାତିଲ୍
- ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ
- ବନ୍ୟାଞ୍ଚଳରେ ନୌସେନା ହେଲିକପ୍ଟର: ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ
- OPSC ପରୀକ୍ଷା ଘୁଞ୍ଚିବ ନାହିଁ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ରାଜସ୍ୱ ମନ୍ତ୍ରୀ
- ନଦୀ କୂଳରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର
- ରାଜ୍ୟର କୃଷି ଇତିହାସରେ ଅଭୂତପୂର୍ବ ସଫଳତା, କୃଷି ବିଦ୍ୟାନିଧିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି
- ପିଏମ୍ କିଷାନ ଉତ୍ସବ, ଓଡ଼ିଶାର ୩୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା
- ନଈବନ୍ଧରୁ ମୁଣ୍ଡବିହୀନ ଅଜଣା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
- ଦକ୍ଷିଣ ଓଡିଶାରେ ଅର୍ଣ୍ଣବର ପ୍ରଭାବ, ଗଂଜାମ ଓ ଗଜପତିରେ ବିନାଶକାରୀ ବନ୍ୟା
