Latest Odisha News

BREAKING NEWS

‘ଇଠା’ ଟ୍ରେଲର ରିଲିଜ୍, ‘ବିଠାବାଇ’ ଭୂମିକାରେ ଶ୍ରଦ୍ଧାଙ୍କ ଦମଦାର ଡାନ୍ସ ଓ ଆକ୍ଟିଂ

ମୁମ୍ବାଇ: ବଲିଉଡ ଆଣୁଛି ଆଉ ଏକ ବାୟୋପିକ୍ । ରିଲିଜ୍ ହୋଇଛି ବାୟୋଗ୍ରାଫିକାଲ୍ ଡ୍ରାମା ଫିଲ୍ମ ‘ଇଠା’ର ଦମଦାର ଟ୍ରେଲର । ଶୁକ୍ରବାର ୩ମିନିଟ୍ ୨ସେକେଣ୍ଡର ଏହି ଭିଡିଓ ରିଲିଜ୍ କରିଛନ୍ତି ଫିଲ୍ମ ମେକର । ଲକ୍ଷ୍ମଣ ଉତେକରଙ୍କ ନିଦେ୍ର୍ଦଶିତ ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଜଣେ ପ୍ରସିଦ୍ଧ ଲାଭାନୀ ଲୋକକଳାର ନୃତ୍ୟାଙ୍ଗନା ବିଠାବାଇ ନାରାୟଣଗାଓଁକର ଭୂମିକାରେ ନଜର ଆସିଛନ୍ତି । ଶ୍ରଦ୍ଧାଙ୍କ ଦମଦାର ନୃତ୍ୟ ଓ ଅଭିନୟର ଯାଦୁଗରୀ ଫିଲ୍ମପ୍ରେମୀଙ୍କୁ ଶ୍ରଦ୍ଧାଙ୍କର ନୂଆ ଅବତାର ସହ ପରିଚୟ କରାଇଛି । ଫିଲ୍ମରେ ବିଠାବାଇଙ୍କ ଜୀବନର ଝଲକ୍ ସହ ବ୍ୟକ୍ତିଗତ ସଂଘର୍ଷ ଓ ହୃଦୟବିଦାରକ ଅନୁଭୂତିକୁ ନିଖୁଣ ଭାବେ ଦର୍ଶାଇଛନ୍ତି କ୍ରୀୟୁ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ବିଠାବାଇ କିପରି ନିଜ ନୃତ୍ୟ ମାଧ୍ୟମରେ ଆଗକୁ ବଢିବା ସହ ମହାରଷ୍ଟ୍ରୀୟ ପରମ୍ପରା ଥିବା ଗର୍ବକୁ ଜାର୍ଗତ କରିଛନ୍ତି ତାହା ଦେଖିବାକୁ ମିଲିଛି । ଶ୍ରଦ୍ଧାଙ୍କ ଗର୍ଜିଅସ ଅବତାରରେ ଫିଲ୍ମପ୍ରେମୀ ତାଙ୍କୁ ଚମକ୍ରାର ପ୍ରଦର୍ଶନ ବୋଲି ପ୍ରତିକ୍ରିୟା ଦେଲେଣି । ଟ୍ରେଲରରେ ଶ୍ରଦ୍ଧାଙ୍କ ପ୍ରଦର୍ଶନର ଭୁରି ଭୁରି ପଶଂସା କରାଯାଉଛି । ଜଣେ ଚୁଲବୁଲି ସୁଇଟ୍ ଅଭିନେତ୍ରୀ ଭୂମିକାରୁ ହଠାତ୍ ଜଣେ ପାୱାରହାଉସ ପ୍ରଦର୍ଶକ ଭାବେ ଶ୍ରଦ୍ଧାଙ୍କ ଆବିର୍ଭାବ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ମହାରଷ୍ଟ୍ରର ଗର୍ବ ଓ ଗୌରବ ବିଠାବାଇଙ୍କୁ ଖୁବ ସୁନ୍ଦର ଭାବେ ଶ୍ରଦ୍ଧା ଅଭିନୟ ମାଧ୍ୟମରେ ଦର୍ଶାଇଥିବା କହୁଛନ୍ତି ଫିଲ୍ମପ୍ରେମୀ । ଏଥିପାଇଁ ଶ୍ରଦ୍ଧା ଜାତୀୟ ପୁରସ୍କାର ପାଇବା ଯୋଗ୍ୟ ବୋଲି ମଧ୍ୟ କହିଲେଣି ଫ୍ୟାନ୍ । ମ୍ୟାଡଡକ୍ ଫିଲ୍ମ ବ୍ୟାନରରେ ତିଆରି ଏହି ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ରଣଦୀପ ହୁଡା, ମହମ୍ମଦ ଜିସାନ୍, ଅନନ୍ତ ଯୋଶୀ, ସିଦ୍ଧାର୍ଥ ଯାଦବ ଓ ଦିବଙ୍ଗତ ନାନା ପାଠେକର, ନଜର ଆସିଛନ୍ତି । ନାନା ପାଠେକରଙ୍କ ଅଭିନୀତ ଶେଷ ୨ଟି ଫିଲ୍ମ ମଧ୍ୟରୁ ଏହା ଗୋଟିଏ । ବିଠାବାଇ ମହାରାଷ୍ଟ୍ର ଲୋକକଳାର ଜଣେ ଜଣାଶୁଣା ନାଁ । ସାଧାରଣତଃ ଲାଭାନୀ ଓ ତମାସାରେ ତାଙ୍କ ପ୍ରଦର୍ଶନ ଖୁବ ଉଚ୍ଚକୋଟିର । ଲୋକକଳାରେ ତାଙ୍କର ଅବଦାନ ପାଇଁ ୧୯୫୭ ଓ ୧୯୯୦ରେ ରାଷ୍ଟ୍ର୍ରପତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶ୍ରଦ୍ଧା କାପୁର ଷ୍ଟାରର ‘ଇଠା’ ଆସନ୍ତା ଡିସେମ୍ବର ୪ରେ ରିଲିଜ୍ ହେବ ।

 

Leave A Reply

Your email address will not be published.