ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍ ଏବଂ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍ ତିୱାରୀଙ୍କ ମଧ୍ୟରେ ବ୍ରେକ୍-ଅପ୍ ହୋଇଛି । ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ପ୍ରାୟ ୩ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ସହମତି ସହ ନିଜ ନିଜ ରାସ୍ତା ଅଲଗା କରିଦେଇଥିବା ରିପୋର୍ଟରୁ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଏହି ସମ୍ପର୍କ କୌଣସି ବିବାଦ ବିନା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଏବଂ ପାରସପରିକ ବୁଝାମଣା ସହ ଶେଷ ହୋଇଛି । ଦୁହିଁଙ୍କ ପକ୍ଷରୁ ଏପର୍ୟ୍ୟନ୍ତ ଏହି ବ୍ରେକ୍-ଅପ୍ ନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।
ଦୁହେଁ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନ୍ଷ୍ଟାଗ୍ରାମ୍ରେ ଏବେ ବି ପରସ୍ପରକୁ ଫଲୋ କରୁଛନ୍ତି । ଏହି ଖବର ମଧ୍ୟରେ ଦୁହେଁ ନିଜ ନିଜର ଅଭିନୟ କ୍ୟାରିୟର ଏବଂ ଆଗାମୀ ପ୍ରୋଜେକ୍ଟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ପରସ୍ପର ସହ ଉଭୟ ସେମାନଙ୍କ ପ୍ରେମ ଏବଂ ବିଚ୍ଛେଦ ନେଇ କୌଣସି ପ୍ରକାରର ବୟାନ ଦେଇ ନ ଥିଲେ । ସୋସିଆଲ ମିଡିଆରେ ଏହି ଖବର ବେଶ ଚର୍ଚ୍ଚିତ ହୋଇଛି । ଏହି ଖବରର ସତ୍ୟତା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

