Latest Odisha News

BREAKING NEWS

ଶେଷ ଟି୨୦ ମ୍ୟାଚରେ ହାରି ମଧ୍ୟ ସିରିଜ ଜିତିଲା ଟିମ ଇଣ୍ଡିଆ

ହ୍ୟାମିଲ୍ଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମୁକାବିଲାରେ ଭାରତୀୟ ଦଳ ୭ ୱିକେଟ୍‌ରେ ପରାସ୍ତ ହୋଇଛି । ହ୍ୟାମିଲ୍ଟନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କିୱି ଟିମ୍ ବିଜୟୀ ହୋଇଥିଲେ ହେଁ, ପୂର୍ବରୁ ପ୍ରଥମ ତିନୋଟି ମ୍ୟାଚ୍ ଜିତି ଭାରତୀୟ ଦଳ ୩-୨ ବ୍ୟବଧାନରେ ସିରିଜ୍ ନିଜ ନାମରେ କରିଛି ।  ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଜବାବରେ ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୮ ଓଭରରେ ମାତ୍ର ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର୍ ଟିମ୍ ସାଇଫର୍ଟ ମାତ୍ର ୫୦ ବଲ୍‌ରୁ ୧୧ଟି ଚୌକା ଓ ୫ଟି ଛକା ସହାୟତାରେ ୯୩ ରନ୍‌ର ଏକ ଦମଦାର୍ ପାଳି ଖେଳିଥିଲେ । ସେହିପରି ଗ୍ଲେନ୍ ଫିଲିପ୍ସ ଅପରାଜିତ ୬୫ ରନ୍ (୩୮ ବଲ୍) କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତୀ ଏବଂ ନୀତିଶ କୁମାର ରେଡ୍ଡୀ ଗୋଟିଏ  ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଈଶାନ କିଶନ ମାତ୍ର ୩୨ ବଲ୍‌ରୁ ୬୧ ରନ୍  ଏବଂ ଅଧିନାୟକ ଶ୍ରେୟସ ଆୟର ୨୩ ବଲ୍‌ରୁ ଦ୍ରୁତ ୫୦ ରନ୍ ସଂଗ୍ରହ କରିଥିଲେ । ଉଭୟଙ୍କ ମଧ୍ୟରେ ଏକ ବଡ଼ ଭାଗିଦାରୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡ ବୋଲରମାନେ କମବ୍ୟାକ୍ କରିଥିଲେ ।  ଆଡମ ମିଲ୍ନେ ଘାତକ ବୋଲିଂ ପ୍ରଦର୍ଶନ କରି ମାତ୍ର ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଶେଷ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ଟିମ୍ ଇଣ୍ଡିଆ ସିରିଜ୍ ଟ୍ରଫି ନିଜ ପାଖରେ ରଖିବାରେ ସଫଳ ହୋଇଛି ।

Leave A Reply

Your email address will not be published.