ଗଂଜାମ: ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଗଂଜାମ ଓ ଗଜପତିରେ ବନ୍ୟା ପରିସ୍ଥିତିା ଏବେ ଧିରେ ଧିରେ ସ୍ଥିତିରେ ସୁଧାର ଆସିଥିଲେ ବି କିଛି ସ୍ଥାନରେ ପ୍ରଶାସନିକ ଅଧିକାରୀ ପହଂଚିନଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକ । ରନ୍ଧା କି ଶୁଖିଲା ଖାଦ୍ୟ ପାଇନାହାନ୍ତି ବିପନ୍ନ । ଏପରି ଅଭିଯୋଗର ଲମ୍ବା ତାଲିକା ନେଇ ବିଜେଡି ପ୍ରତିନିଧି ଦଳହ୍କୁ ଭେଟୁଛନ୍ତି ପ୍ରଭାବିତ ଗାଁ ଲୋକ । ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ଦଳ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲା । ଧରାକୋଟ ବ୍ଲକର ଜାହାଡା ଗାଁରେ ଲୋକଙ୍କ ପାଖରେ କିଛି ସହାୟତା ପହଂଚିନି, କୌଣସି ପ୍ରଶାସନିକ ଅଧିାକୀର ପହଂଚିନଥିବା ଲୋକ ଦୁଃଖ ଜଣାଇଲେ । କାନ୍ଦି କାନ୍ଦି ଜଣାଇବା ବେଳେ ପ୍ରତିନିଧି ଦଳ ତାଙ୍କୁ କୁଣ୍ଢେଇ ଆଶ୍ୱାସନା ଦେଲେ । ନବୀନ ସରକାର ଥିବା ବେଳେ ବନ୍ୟା ବାତ୍ୟା ବେଳେ ଖାଦ୍ୟ ପାନୀୟ ସହ ସବୁପ୍ରକାର ସୁବିଧା ମିଳୁଥିଲା ଏବେ ହଇରାଣ ହେଉଛନ୍ତି ବୋଲି ମହିଳା କାନ୍ଦି କାନ୍ଦି କହିଛନ୍ତି । ସେପଟେ ଚାଷ ସମ୍ପୂଣ୍ଣ ର୍ନଷ୍ଟ ହୋଇଛି । ଖୁବଶୀଘ୍ର ଏନେଇ ସରକାରଙ୍କ ଉପରେ ଚାପ ପକାଇ କ୍ଷତିପୂରଣ ଦେବୁ ବୋଲି ଚାଷୀକୁ ଆଶ୍ୱାସନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାା
ଏହାପରେ ଆରପଡା ପଂଚାୟତରେ ବାତ୍ୟା ପରେ ବନ୍ୟାରେ ଘର ସମ୍ପୂଣ୍ମ ର୍ ଭୁଷୁଡି ପଡିଛି । ସେଠାରେ ପ୍ରଶାସନିକ ଅଧିକାରୀ ପହଂଚିଥିଲେ ବି ନା ସହାୟତା ମିଳୁଛି ନା କିଛି ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ପରିବାର ବିଜେଡି ପ୍ରତିନିଧି ଦଳ ଆଗରେ କାନ୍ଦି କାନ୍ଦି କହିବା ପରେ ବିଡିଓଙ୍କ ସହ କଥା ହେଲେ ପ୍ରତାପ ଜେନା । ପିଇବା ପାଣି ସମସ୍ୟା ରହିଛି, ଘର ଭାଙ୍ଗିଥିବା ପରିବାରକୁ ଆଥି ର୍କ ସହାୟତା ଦେଲେ ସେ ଘର ପୁଣି ତିଆରି କରିବ । ସେନେଇ ଶୀଘ୍ର ବ୍ୟବସ୍ଥା କରାନ୍ତୁ ବୋଲି ବିଡିଓଙ୍କୁ ଅନୁରୋଧ କରିଛନ୍ତି ପ୍ରତାପ ଜେନା । ରିଲିଫ୍ ଓ ରନ୍ଧାଖାଦ୍ୟ ଆବଶ୍ୟକ ସ୍ଥାନରେ ପହଂଚାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି ପ୍ରତାପ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଭୃଗୁ ବକ୍ସି ପାତ୍ର , ଚିନ୍ମୟ ସାହୁ , ରଂଜିତା ସାହୁ ଓ ସଂଘମିତ୍ରା ଦଳେଇ ଗଂଜାମ ଗସ୍ତରେ ଅଛନ୍ତି ।
